
ସୋନପୁର:୨୧/୦୩(ଭାସ୍କର ଦାଶ )- ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ବର ଷ୍ଟାଡିୟମ୍ ରେ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ଜଗନ୍ନାଥ ମୋହତ୍ସବରେ ପ୍ରତିଦିନ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେଉଛି। ଶ୍ରୀ ଜଗନ୍ନାଥଙ୍କୁ ୩୨ ବେଶରେ ସୁସଜ୍ଜିତ କରି ପୂଜା ଅର୍ଚ୍ଚନା ଚାଲିଛି। ଏହି କାର୍ଯ୍ୟକ୍ରମରେ ୩୨ ଜଣ କର୍ତ୍ତା ପୂଜାରେ ନିୟୋଜିତ ହୋଇଛନ୍ତି I ଏହି ପରିପ୍ରେକ୍ଷୀରେ ଅଚ୍ୟୁତ ପୁଝାରୀ ଜଗନ୍ନାଥଙ୍କ ରଘୁନାଥ ବେଶ ରେ କର୍ତ୍ତା ଭାବରେ ଦାୟିତ୍ଵ ତୁଲାଇ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ମାରୱାଡ଼ି ୟୁବମଞ୍ଚ ତରଫରୁ ପାନୀୟ ଜଳ ସୁବିଧା କରାଯାଇଛି। ନିତ୍ୟ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ କମିଟି ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି। ସାଧୁ ସନ୍ଥଙ୍କ ଆଗମନ ହୋଇ ଥିବା ସହିତ ତାଙ୍କ ସେବା ପାଇଁ କମିଟି ବିଶେଷ ବ୍ୟବସ୍ଥା କରିଥିବା ପ୍ରତାପ ଦେହେରୀ ଗଣ ମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ଭକ୍ତ ମାନେ ମଧ୍ୟ ଭଗବାନଙ୍କୁ ଦର୍ଶନ କରି ଆପାର ଖୁସି ଥିବା କହିଛନ୍ତି। କମିଟି ତରଫରୁ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରଦ୍ଧାଞ୍ଜଳି ମିଶ୍ର ଓ ଶ୍ରୀ ଶ୍ରୀ ଜଗନ୍ନାଥ ମୋହତ୍ସବ ଆୟୋଜକ ସଭାପତି ଗଦାଧର ବାରିକ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଭଜନ କାର୍ଯ୍ୟକ୍ରମ ହେବାନେଇ ଗଣ ମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ରୋବୋଟିକ କୁ ପୋଲିସ ପ୍ରଶାସନ ଆସି ତଦାରଖ କରି ବାଲିଯାତ୍ରା ଲେଖାଥିବା ସମସ୍ତ ଟିକଟକୁ ଜବତ କରି ନେଇଥିବା ସହ ନୂତନ ଟିକଟ କରି ଚଳେଇବା ପାଇଁ ଆୟୋଜକ କମିଟିଙ୍କୁ ଅନୁରୋଧ କରିଛନ୍ତି।