ଓଡ଼ିଆ ପକ୍ଷ ପାଳନର ଦ୍ଵାଦଶ ଦିବସରେ “ବନ୍ଦନୀୟ ବରପୁତ୍ର ” କାର୍ଯ୍ୟକ୍ରମ

ଓଡ଼ିଆ ପକ୍ଷ ପାଳନର ଦ୍ଵାଦଶ ଦିବସରେ “ବନ୍ଦନୀୟ ବରପୁତ୍ର ” କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ୧୨/୦୪/୨୫(ଭାସ୍କର ଦାଶ):-
ଓଡିଆ ପକ୍ଷ ପାଳନର ଦ୍ଵାଦଶ ଦିବସରେ ଆଜି “ବନ୍ଦନୀୟ ବରପୁତ୍ର ” କାର୍ଯ୍ୟକ୍ରମରେ ଓଡିଶା ତଥା ସୁବର୍ଣ୍ଣପୁରର ବରପୁତ୍ର ମାନଙ୍କ ସ୍ମୃତି ଚାରଣ ଆଲୋଚନା ଚକ୍ର ଜିଲ୍ଲା ଗନ୍ଥାଗାର ଠାରେ ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୁପେ ଅତିରିକ୍ତ ଜିଲ୍ଲାପାଳ ଅଞଲିନା ପ୍ରଧାନ, ଉପ-ଜିଲ୍ଲାପାଳ ଡକ୍ଟର ସୌମ୍ୟ ରୁପା ରଥ ,ଉପନିବନ୍ଧକ ସମବାୟ ସମିତି ସମୂହ ଶ୍ରୀମତୀ ବେହେରା ,ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ପମୂଖ ମଞ୍ଚାସୀନ ଥିଲେ । ଲକ୍ଷ୍ମୀ ନାରାୟଣ ସାହୁ ଉଦଘାଟନୀ ଉତ୍ସବକୁ ସଂଯୋଜନା କରିଥିଲେ । ଏହା ପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବରପୁତ୍ର ବନ୍ଦନରେ ଉତ୍କଳ ଗୌରବ ମଧୁସୂଦନ ଦାସ, ସନ୍ଥକବି ଭୀମ ଭୋଇ , ସନ୍ଥ ଚନ୍ଦ୍ରମଣି ଦାସ , ସ୍ଵାଧୀନତା ସଂଗ୍ରାମୀ ଲକ୍ଷ୍ମଣ ଶତପଥୀ , ମହାରାଜ ବିରମିତ୍ର ଦେବ ସିଂହଦେଓ ଏବଂ ଐତିହାସିକ ରାମଚନ୍ଦ୍ର ମଲ୍ଲିକ, ନାଟ୍ୟକାର ଅଟଳ ବିହାରୀ ପଣ୍ଡା , ସଂଗୀତଜ୍ଞ ଫକୀର ମୋହନ ପଟ୍ଟନାୟକ ତଥା ବିଧାୟକ କୁନ୍ଦୁରୁ କୁଶଳଙ୍କ ସ୍ମୃତି ଚାରଣ କରିବାକୁ ଯାଇ ଯଥାକ୍ରମେ ଅମ୍ବୁଜ ବିହାରୀ ଶତପଥୀ ,ବ୍ରଜମୋହନ ଦାନୀ ,ଡକ୍ଟର ଅନିରୁଦ୍ଧ କୁରୁକୁରିଆ ,ଡକ୍ଟର ସୁଦାମ ଦୀପ, ସୁଦାମ ନାଏକ , ଡକ୍ଟର ଧୀରେନ୍ଦ୍ର କୁମାର ନାୟକ , ବେଣୁଧର ପ୍ରଧାନ ଓ ମଦନ ସୁନ୍ଦର ଖେତି ଆଲୋଚନା କରିଥିଲେ । ଆଲୋଚନା ଚକ୍ରରେ ଡକ୍ଟର ସୌରଭ ରଞ୍ଜନ ଖମାରୀ ଅଧ୍ୟକ୍ଷତା କରିଥିବା ବେଳେ ଡ଼କ୍ଟର ପୁରୁଷୋତ୍ତମ ମିଶ୍ର ସଂଯୋଜନା କରିଥିଲେ । ତୃତୀୟ ପର୍ଯ୍ୟାୟରେ ଓଡିଆ ଅସ୍ମିତା ଆଧାରିତ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କବିଗଣ ସର୍ବଶ୍ରୀ ଶ୍ରୀଧର ବାଗ,ଡକ୍ଟର ନାୟକ ,ଡକ୍ଟର ମିଶ୍ର , ଦ୍ଵିତୀକୃଷ୍ଣ ପଣ୍ଡା, ସୁଭେନ୍ଦୁ ମେହେର, ସସ୍ମିତା ମେହେର, ରଂଜିତା ପଣ୍ଡା , ହେମାଙ୍ଗୀନି ଦାଶ, ସନ୍ତୋଷିନୀ ନାୟକ, ସୁନନ୍ଦା ସାହୁ, ରୁବି ବେହେରା, ଆଶିଷ ମିଶ୍ର,ଚନ୍ଦ୍ରଶେଖର ମହାପାତ୍ର , ପ୍ରତାପ ଦେହେରୀ , ପ୍ରଭୁଦତ୍ତ ରଥ, ଜଳଦେବ ଦେହେରିଆ ପ୍ରମୁଖ କବି ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାହୁଚରଣ ମେହେର ଦିବସ ଦେହୁରୀ ଓ ନିରାକାର ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *