ଆକ୍ରମଣ ପୂର୍ବରୁ ମହିଳାଙ୍କର ଆତଙ୍କବାଦୀଙ୍କ ସହ ଭେଟ ହୋଇଥିଲା

ଆକ୍ରମଣ ପୂର୍ବରୁ ମହିଳାଙ୍କର ଆତଙ୍କବାଦୀଙ୍କ ସହ ଭେଟ ହୋଇଥିଲା

ପହଲଗାମ: ୨୫/୦୪:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଅନେକ କଥା ସାମ୍ନାକୁ ଆସିଛି। ଏବେ ଯେଉଁ ମହିଳା ଆତଙ୍କବାଦୀଙ୍କ ଫଟୋ ଉଠାଇଥିଲେ ତାଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି। ମହିଳା ଜଣକ ପହଲଗାମ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ଫଟୋ ଉଠାଇଥିଲେ। ମହିଳାଙ୍କ ନାମ ହେଲା ଏକ୍‌ତା ତିୱାରୀ। ଯେଉଁ ଆତଙ୍କବାଦୀଙ୍କ ସ୍କେଚ୍‌ କରାଯାଇଛି ତାଙ୍କର ଆମ ସହ ଝଗଡ଼ା ‌ହୋଇଥିଲା ବୋଲି ମହିଳା ଜଣକ ଏବେ ଫଟୋ ଦେଖାଇ ଗଣମାଧ୍ୟମରେ କହିଛନ୍ତି। ଜଣାଶୁଣା କଥା ଯେ ପହଲଗାମରେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ତିନି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ପ୍ରକାଶ ପାଇଛି। ସମସ୍ତ ତିନି ଜଣ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ସେପଟେ ଉତ୍ତରପ୍ରଦେଶର ଜୈନପୁରର ବାସିନ୍ଦା ଏକତା ତିୱାରୀ ନିକଟରେ ଜମ୍ମୁ କଶ୍ମୀରରୁ ଫେରିଥିବା ଦାବି କରିଛନ୍ତି। ଏକତା ତିୱାରୀ କହିଛନ୍ତି, “ଆମର ଏକ ୨୦ ଜଣିଆ ଦଳ ୧୩ ଏପ୍ରିଲରେ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାକୁ ଯାଇଥିଲେ। ଆମେ ୨୦ ଏପ୍ରିଲରେ ପହଲଗାମରେ ପହଞ୍ଚିଥିଲୁ। ସେହି ଦିନ ଆମେ କିଛି ସନ୍ଦେହଜନକ ଅନୁଭବ କରିଥିଲୁ ଏବଂ ଆକ୍ରମଣ କ୍ଷେତ୍ର ବୈସରାନ ପୂର୍ବରୁ ପ୍ରାୟ ୫୦୦ ମିଟର ତଳକୁ ଖସି ଆସିଥିଲୁ। ଆଖପାଖର କିଛି ଲୋକଙ୍କ ଉଦ୍ଦେଶ୍ୟ ଠିକ୍ ନଥିଲା। ସେମାନେ ଆମକୁ କୁରାନ ପଢ଼ିବାକୁ କହିଥିଲେ। ଏକତା ଆହୁରି ମଧ୍ୟ କହିଛନ୍ତି, “ଯେତେବେଳେ ଆମେ ଖଚର ଉପରେ ଚଢ଼ୁଥିଲୁ, ଦୁଇଜଣ ଲୋକ ଆମକୁ ଭେଟିଥିଲେ ଏବଂ ଏହି ସମୟରେ ସେମାନେ ମୋ ବିଷୟରେ ପଚାରିଥିଲେ। ଆମ ଗୋଷ୍ଠୀରେ ଆଉ କେତେ ଲୋକ ଅଛନ୍ତି ବୋଲି ସେମାନେ ମଧ୍ୟ ପଚାରିଥିଲେ। ସେମାନେ ଆମକୁ କେଉଁ ଧର୍ମର, ହିନ୍ଦୁ କିମ୍ବା ମୁସଲମାନ ବୋଲି ପଚାରିଥିଲେ। ଏହା ବ୍ୟତୀତ ସେମାନେ ଆମକୁ କୁରାନ ପଢ଼ିବାକୁ ମଧ୍ୟ କହିଥିଲେ।

Leave a Reply

Your email address will not be published. Required fields are marked *