ଧାନ କିଣାରେ ଅନିୟମିତତା ଅଭିଯୋଗ, ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ଗଣଧାରଣା

ଧାନ କିଣାରେ ଅନିୟମିତତା ଅଭିଯୋଗ, ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ଗଣଧାରଣା

ଧାନ କିଣାରେ ଅନିୟମିତତା ଅଭିଯୋଗରେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ଗଣଧାରଣା। ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ଏବଂ ଚାଷୀମାନେ ଧାରଣାରେ ବସିଛନ୍ତି। ଭଣ୍ଡାରିପୋଖରୀର ବିଜେପି ନେତା ବଦ୍ରି ନାରାୟଣ ଧଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ ପ୍ରତିନିଧି ଏହି ଧାରଣାରେ ସାମିଲ ହୋଇଛନ୍ତି। ୧୧ ଦଫା ଦାବିରେ ଚାଷୀ ଏବଂ ବିଜେପି ନେତା ଜିଲ୍ଲା ଯୋଗାଣ  ବିଭାଗର କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି।

ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ହକ୍ ଓ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ ସମ୍ମୁଖରେ ବିଜେପିର ଗଣଧାରଣାରେ ଯୋଗଦେଲେ ରାଜ୍ୟ ବିଜେପି ସଭାପତି ମାନନୀୟ ସମୀର ମହାନ୍ତିଙ୍କ ସମେତ ବହୁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ।

Leave a Reply

Your email address will not be published. Required fields are marked *