ଆଜିଠୁ ୧୯୨୯କୁ ଫୋନ୍ କଲେ ବରିଷ୍ଠ ନାଗରିକଙ୍କ ପାଇଁ ରାଜଧାନୀରେ ଘରେ ଟିକାକରଣ ଓ ଟେଷ୍ଟିଂର ସୁବିଧା ମିଳିପାରିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
Author: Kusum Tv
ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ଆଜି ସର୍ବଦଳୀୟ ବୈଠକ ଭର୍ଚୁଆଲରେ ସନ୍ଧ୍ୟା ୫ଟା ୩୦ ମିନିଟରେ ଯୋଗଦେବେ-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେବେ ।
ଆଜି କରୋନାରେ ପ୍ରାଣ ହାରିଲା ମାତ୍ର ୧୮ ଦିନର ନବବଧୂ –
ହାତରୁ ଭଲଭାବରେ ଛାଡିନଥିଲା ମେହେନ୍ଦି ରଙ୍ଗ କିନ୍ତୁ କରୋନା ଛଡାଇନେଲା ଜୀବନର ସବୁ ରଙ୍ଗୀନ ସ୍ୱପ୍ନ । ବାହାଘରକୁ ମାତ୍ର ୧୮ ଦିନ ହୋଇଥିଲା ଆଉ ଆଜି କରୋନାରେ ପ୍ରାଣ ହାରିଲା ନବବଧୂ ।
ଲକ୍ଡ଼ାଉନ୍ରେ ଜୁଆଖେଳ, ଆଡ୍ଡାରେ ଚଢାଉ ପରେ ୯୫ ହଜାର ଟଙ୍କା ଜଵତ ସହ ୬ ଗିରଫ –
ଲକ୍ଡ଼ାଉନ୍ ରେ ବଢିଚାଲିଛି ଜୁଆ ଖେଳ । ଆଜି ଏକ ଜୁଆ ଆଡ୍ଡାରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ଟାଉନ ପୁଲିସ । ଏବଂ ସେମାନଙ୍କ ଠାରୁ ନଗଦ ୯୫୫୪୦ ଟଙ୍କା ସହ ୫ଟି କାର୍, ୮ଟି ମୋବାଇଲ୍ ଓ ତାସ ଜବତ ମଧ୍ୟ ହୋଇଛି।
ଭୁଜାଲି ମୁନରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁବୁର୍ତ୍ତ
ନୟାଗଡ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଅଧିନସ୍ଥ ଦଧିବାମନ ଜୀଉ କଲେଜ ଛକ ନିକଟରେ ଗୋଟିଏ କଳା ଗ୍ଲାମାର ମୋଟର ସାଇକେଲରେ ତିନି ଜଣ ଲୁଟେରା ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଛଡ଼ାଇ ନେଇଛନ୍ତି ।
ଅନାଥ ଆଶ୍ରମରୁ ଚିହ୍ନଟ ହେଲେ ୧୦ କରୋନା ଆକ୍ରାନ୍ତ
ଆଜି ବେଲପାହାଡ଼ ଗରାଖାଇସ୍ଥିତ ଠକ୍କର ବାବା ସେବା ସଦନ ଅନାଥ ଆଶ୍ରମରେ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏଥିମଧ୍ୟରୁ ୬ଜଣ ଅନ୍ତେବାସୀ ରହିଥିବା ବେଳେ ୪ ଜଣ କର୍ମଚାରୀ ରହିଛନ୍ତି।
କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳରେ କୋଭିଡ ମୁକାବିଲା କରିବା ଲାଗି ନୁଆ ଗାଇଡଲାଇନ୍
କୋଭିଡ ସଂକ୍ରମଣକୁ ରୋକିବା ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରି ପରାମର୍ଶ ଦେଇଛି ଯେ ପେରି-ସହରାଞ୍ଚଳ ତଥା ଗ୍ରାମାଞ୍ଚଳଗୁଡିକ ସର୍ବନିମ୍ନ ୩୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକାରୀ କରିବାକୁ ଯେଉଁଠାରେ କି ସାମାନ୍ୟ ସଂକ୍ରମଣର ଲକ୍ଷଣ ଦେଖା ଗଲେ ହୋମ୍ ଆଇସୋଲେସନର ସୁବିଧା ନାହିଁ ।
ଏୟାରଟେଲ୍ର ବଡ ଘୋଷଣା ୫,୫୦,୦୦,୦୦୦ କୋଟି ଗ୍ରାହକଙ୍କୁ ମିଳିବ ଏହି ସୁବିଧା…..
ଏୟାରଟେଲ୍ ଏହାର ଗ୍ରହକ ମାନଙ୍କୁ ଗୋଟିଏ ଥର ପାଇଁ ୪୯ ବିଷିଷ୍ଟ ପ୍ୟାକ୍ ରେ ଉପଲବ୍ଧ ସୁବିଧାକୁ ଏହାର ୫,୫୦,୦୦,୦୦୦ କୋଟି ନିମ୍ନ ଆୟକାରୀ ବର୍ଗର ଲୋକଙ୍କୁ ମାଗଣାରେ ପ୍ରଦାନ କରିବ ।
ଏଣିକି ବାହାଘର ପୂର୍ବରୁ ପରିବାର ଲୋକଙ୍କ କରାଯିବ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ମିଳିବନି ଅନୁମତି
ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ନୁଆ ନିୟମ ଆଣିଛନ୍ତି I ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । କାହାର ରିପୋର୍ଟ ପଜିଟିଭ୍ ଆସିଲେ ବିବାହ ପାଇଁ ଅନୁମତି ମିଳିବ ନାହିଁ
ମହାପ୍ରଭୁଙ୍କ ଚାଲିଛି ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ, ସଂକ୍ରମଣ କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସର ହେଲା ସାନିଟାଇଜ୍
ପୂର୍ବ ନିଷ୍ପତି ଅନୁଯାଇ ପ୍ରତ୍ୟକ ରବିବାର ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯାଉଥିବା ବେଳେ ଆଜି ଚନ୍ଦନ ଯାତ୍ରା ଓ ରଥନିର୍ମାଣ କାର୍ଯ୍ୟ ପାଇଁ ବିଶେଷ ଭାବରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରକୁ ବିଶୋଧନ କରାଯାଇଛି।