ବିଏମସି କମିଶନରଙ୍କ ସୂଚନା ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ-

ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି ।

ବଜ୍ରାଘାତରେ ଚାଲିଗଲା ତିନି ମହିଳାଙ୍କ ଜୀବନ-

ବଜ୍ରାଘାତରେ ଚାଲିଗଲା ତିନି ମହିଳାଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ବସ୍ତା ବ୍ଲକରେ ବଜ୍ରାଘାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି ।

ସ୍ତ୍ରୀ ବର୍ଷା ପ୍ରିୟଦର୍ଶୀନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଅନୁଭବ ମହାନ୍ତି-

ରାଗ ଅଭିମାନକୁ ଭୁଲି ସ୍ତ୍ରୀ ବର୍ଷା ପ୍ରିୟଦର୍ଶୀନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସ୍ୱାମୀ ଅନୁଭବ ମହାନ୍ତି । ସଂସଦ ଅନୁଭବ ଟ୍ୱିଟ କରି ବର୍ଷାଙ୍କୁ ଶୁଭେଛା ଜଣାଇଛନ୍ତି ।

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ: ୨୧ ଜଣ ଗିରଫ

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ୨ ଜଣ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ୧୭ ଜଣ ଗିରଫ ହୋଇଛନ୍ତି । ଏହାସହିତ ୪ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି

ସମ୍ବଲପୁର ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ-

ସମ୍ବଲପୁର ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ ରବୀନ୍ଦ୍ର ମହାନ୍ତି-

ବେଆଇନ ଭାବରେ ବ୍ୟାପକ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକରେ ବରିଷ୍ଠ କିରାଣୀ ଭାବରେ କାମ କରୁଥିବା ରବୀନ୍ଦ୍ର ମହାନ୍ତିଙ୍କ ବାସ ଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ।

ରାଜନୈତିକ ମତ ଭେଦରେ ଖଲିକୋଟ ବିଧାୟିକା ଙ୍କ ଘର ଉପରେ ମରଣାତ୍ମାକ ଆକ୍ରମଣ ।-

ଦୀର୍ଘ ଦିନ ଧରି ଲାଗି ରହିଥିବା ରାଜନୈତିକ ବିବାଦ ଆଜି ଉଗ୍ର ରୂପ ଧାରଣ କରିଛି I ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଗ୍ରାମ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ନିଜ ଗ୍ରାମ ଅଟେ।ଦୀର୍ଘ ଦିନ ରୁ କେଶପୁର ରେ ବିଧାୟିକା ଙ୍କ ସମର୍ଥକ ଓ ତାଙ୍କ ବିରୋଧୀ ଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି

ପୁରୁଣା ବଜାର ଥାନାରେ ଧରାହେଲେ ୨ ନିଶା ବେପାରୀ ; ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ –

ଗତକାଲି ପୁରୁଣା ବଜାର ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଚଢଉ ଦ୍ୱାରା ନଙ୍ଗାମହଲା ଠାରେ ସନ୍ଥିଆ ବ୍ରିଜ ପାଖରେ ଚେକିଂ ସମୟରେ ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି ।

ରାଜଧାନୀ ଭୁବନେଶ୍ୱରରେ ଥମିବାର ନାଁ ନେଉନି ଡେଙ୍ଗୁ: ସପ୍ତାହକରେ ୩୨୨ ଚିହ୍ନଟ –

ସପ୍ତାହକ ମଧ୍ୟରେ ଭୁବନେଶ୍ୱରରୁ ୩୨୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

1 42 43 44 45 46 109