ବାତ୍ୟା ‘ୟାସ୍’ ପାରାଦୀପ ଏବଂ ସାଗର ଦ୍ୱିପ ମଧ୍ୟରେ ଅତିକ୍ରମ କରିବ:ଅତି ଭୟଙ୍କର ରୁପ ନେଇ ଉପକୁଳ ଅତିକ୍ରମ କରିବ ବୋଲି ଭାରତୟୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି –

ପୁର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ ଏହା ଆହୁିରୀ ତିବ୍ର ହୋଇ ୨୬ ତାରିଖରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତି ଭୟଙ୍କର ରୁପ ନେଇ ଉପକୁଳ ଅତିକ୍ରମ କରିବ ବୋଲି ଭାରତୟୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ରାଜଧାନୀର ପୋଖରୀପୁଟ ଭୟଙ୍କର ଅଗ୍ନିକାଣ୍ଡରେ ୮ ଦୋକାନ ଜଳିଗଲା –

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୮ ଦୋକାନ । ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ପୋଖରୀପୁଟ ଅଞ୍ଚଳ ମଧୂସୁଦନ ପାର୍କ ନିକଟରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ ।

ହାଇଦ୍ରାବାଦ ଗଲେ ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନାଙ୍କ ପୁଅ: ଇସିଏମଓ ଚିକିତ୍ସା ପାଇଁ

କରୋନାରେ ସଂକ୍ରମିତ ହୋଇ ଗୁରୁତର ହେବାରୁ କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି ।

ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ କୋଭିଡ ହସ୍ପିଟାଲରେ : କରୋନା ତୃତୀୟ ଲହର ଶିଶୁଙ୍କ ପାଇଁ ସଂକ୍ରାମକ-

ଦେଶର ବିଭିନ୍ନ ସ୍ଥାନରେ ଶିଶୁଙ୍କ ବୟସ ବର୍ଗରେ କୋଭିଡ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଥିବାର ଖବର ସାମ୍ନାକୁ ଆସିବା ପରେ ରାଜ୍ୟସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ୱିଙ୍ଗସ ଉପରେ ଗୁରୁତ୍ବ ଦେଇଛନ୍ତି । କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ ହସ୍ପିଟାଲରେ ଏକ ନିର୍ଦ୍ଦିଷ୍ଟ ‘ପେଡିଆଟ୍ରିକ କୋଭିଡ ୱିଙ୍ଗ’ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି ।

ସଂକ୍ରମଣ ବାତ୍ୟା ଆଶ୍ରୟସ୍ଥଳୀରେ ବଢିପାରେ , କଣ୍ଟାମିନେଶନ୍ ରୋକିବାକୁ ଆଶ୍ରୟସ୍ଥଳୀକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା ନିର୍ଦ୍ଦେଶ-

ମହାମାରୀ ଭୟ ଭିତରେ ବାତ୍ୟାର ଭୟ । ବିଶେଷ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ବାସୀଙ୍କ ପାଇଁ ଏହି ସ୍ଥିତି ଅତି ଜଟିଳ । ବାତ୍ୟା ସମୟରେ ହଜାର ହଜାର ସମୁଦ୍ର କୂଳିଆ ଲୋକେ ବାତ୍ୟା ଆଶ୍ରୟସ୍ଥଳୀ ଉପରେ ନିର୍ଭର କରନ୍ତି ନିଜ ଜୀବନ ବଞ୍ଚାଇବା ପାଇଁ କିନ୍ତୁ ବର୍ତମାନ ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ରେ ବି ସଂକ୍ରମଣର ଭୟ ରହିଛି ।

ବର୍ଷା ସମ୍ଭାବନା: ରାଜ୍ୟରେ ୧୧ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି-

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଥଣ୍ଡା ରହିବା ସହ ସାମ୍ଭାବ୍ୟ ବାତ୍ୟା ଯୋଗୁଁ ହେବାକୁ ଥିବା ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ପୁରୀରେ କୋଭିଡ ହସପିଟାଲ୍‌ର ଲୋକାର୍ପଣ କଲେ

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ମେଡିକାଲ ମାନ ସ୍ଥାପନା କରୁଛନ୍ତି । ଏହି ଧାରାରେ ଆଜି ପୁରୀରେ ଆଜି ଏକ କୋଭିଡ ମେଡିକାଲର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

୮୦୦ ଜଣ କର୍ମଚାରୀ ରାଉରକେଲା ଇସ୍ପାତ କାରଖାନାର କରୋନା ପଜିଟିଭ୍ ଚିହ୍ନଟ-

କରୋନା ମହାମାରୀ ସମୟରେ ବିଭିନ୍ନ ଜିଲ୍ଲାରୁ ଏକାଧିକ କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ରାଉରକେଲା ଇସ୍ପାତ କାରଖାନାରୁ ଏକାଥରକେ ୮ ଶହ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ୟଶ୍ ଦାନା ବାନ୍ଧୁଛି : ବାଲେଶ୍ୱର ଓ ଦୀଘା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍

ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ (ଆଇଏନ୍‌ସିଓଆଇଏସ୍‌)ର ମଡେଲ ଅନୁଯାୟୀ, ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍‌’ ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ।

1 67 68 69 70 71 112