ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବାର୍ଷିକ ବୈଠକରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ତେବେ ଏହି ବୈଠକଟି ମନ୍ଦିର ଭିତରେ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ୟ୍ୟକୁ ସମନ୍ୱିତ କରିବା ପାଇଁ ଅନୁଷ୍ଠିତ ହୋଇଥାଏ ।
Year: 2021
ଯୁବକ-ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଛି, ପୋଲିସର ତଦନ୍ତ ଆରମ୍ଭ
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ଯୁବକ-ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ସେ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ବିଜୟ ସାହୁଙ୍କ କୋଭିଡ୍ରେ ଆକ୍ରାନ୍ତରେ ପରଲୋକ
କୋଭିଡ୍ରେ ଆକ୍ରାନ୍ତ ହୋଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି ।
ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ସ୍ବେଚ୍ଛସେବୀ ସଂଗଠନ ନମସ୍କାର-
ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ସ୍ବେଚ୍ଛସେବୀ ସଂଗଠନ ନମସ୍କାର
କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଟାଇଗର ସର୍ଫ ଓ ଅଭିନେତ୍ରୀ ଦିଶା ପଟାନିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ-
ବଲିଉଡ ଅଭିନେତା ଟାଇଗର ସର୍ଫ ଓ ଅଭିନେତ୍ରୀ ଦିଶା ପଟାନିଙ୍କୁ ବିନା କାରଣରେ ଘରୁ ବାହାରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ବିନା କାରଣରେ ସର୍ବସାଧାରଣ ସ୍ଥାନରେ ବୁଲିବା ପାଇଁ ମହାମାରୀର ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଟାଇଗର ଏବଂ ଦିଶାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ପତଞ୍ଜଳୀର କୋରନିଲ ବିବାଦକୁ ନେଇ ବାବା ରାମଦେବଙ୍କୁ ସମନ ଜାରୀ କଲେ ଦିଲ୍ଲୀ ହାଇକୋର୍ଟ-
ଦିଲ୍ଲୀ ହାଇକୋର୍ଟ ଆଜି ଗୁରୁ ରାମଦେବଙ୍କ ବିରୁଦ୍ଧରେ ଦିଲ୍ଲୀ ମେଡିକାଲ ଆସୋସିଏସନ (ଡିଏମଏ) ର ଏକ ମକଦ୍ଦମା ଦାୟର କରିଛନ୍ତି। ତେବେ ଏହି ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ବାବା ରାମଦେବଙ୍କୁ ସମନ ଜାରୀ କରିଛନ୍ତି।
ଚୋରା ମଦ ମାଫିଆଙ୍କ ଅବକାରୀ ଟିମ୍ ଉପରେ ଆକ୍ରମଣ
ଆଜି ଅବକାରୀ ଟିମ୍ ର ସଦସ୍ଯ ମାନେ ଭୁବନେଶ୍ଵର ଉପକଣ୍ଠରେ ଏକ ଚୋରା ମଦ କାରବାର କରୁଥିବା ଭରତପୁର ଅଞ୍ଚଳରେ ଏକ ଘରେ ଚଢାଉ କରିଥିଲେ। ତେବେ ଏହି ସମୟରେ ମଦ ମାଫିଆ ମାନଙ୍କ ପକ୍ଷରୁ ଅବକାରୀ ଦଳ ଉପରେ ଆକ୍ରମଣ ହୋଇଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଲା
ପାଣିପାଗ ବିଭାଗ ଗୁରୁବାର ନିଶ୍ଚିତ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଛି। ଭାରତ ପାଣିପାଗ ବିଭାଗ ଏକ ଟୁଇଟ୍ କରି କହିଛି ଯେ କେରଳର ଦକ୍ଷିଣ ଭାଗରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି।
ପଳାତକ ହୀର ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଝଟକା, ଜାମିନ୍ ଆବେଦନ ଖାରଜ-
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀର ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବଡ ଝଟକା ଲାଗିଛି । ଡୋମିନିକା ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ।

