କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅନଲାଇନ ଶିକ୍ଷା ବ୍ୟବସ୍ଥାର ତର୍ଜମା କରିବେ , ଆଜି ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଭର୍ଚୁଆଲ ବୈଠକ-

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ୍ ମେ ୧୮ ଅର୍ଥାତ ଆଜି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମସ୍ତ କୁଳପତିଙ୍କୁ ଭର୍ଚୁଆଲ ମାଧ୍ୟମରେ ଭେଟି କୋଭିଡ୍ -୧୯ ମଧ୍ୟରେ ଅନଲାଇନ୍ ଶିକ୍ଷା ସମୀକ୍ଷା କରିବେ।

ପୁରୀରେ ନିର୍ମାଣ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ରାଜ୍ୟରେ କରୋନା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା ଜାରି ରହିଛି । ମେ ୧୯ରେ ପିପିପି ମୋଡରେ ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲରେ ଏକ ନୂତନ କୋଭିଡ ହସ୍ପିଟାଲର ଉଦଘାଟନ କରିବାକୁ ପ୍ରସ୍ତୁତ ହୋଇଛି।

ଜାରି ହେଲା ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ,ଗୋଟିଏ କଲ୍‌ରେ ଟିକା ଗାଡ଼ି ଘରେ ପହଞ୍ଚିବ –

ରହ୍ମପୁର ମହାନଗର ନିଗମ ପକ୍ଷରୁ କରୋନା ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ୭୩୨୭୦୯୯୩୨୪ ନମ୍ୱରରେ ଭିନ୍ନକ୍ଷମ ବ୍ୟକ୍ତି ଓ ୭୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ ନାଗରିକ ଫୋନ କରି ଟିକା ନେବା ନିମନ୍ତେ ସ୍ଲଟ୍ ନିଶ୍ଚିତ କରିପାରିବେ ।

ପଶ୍ଚିମବଙ୍ଗ ରାଜ୍ୟ ରାଜନିତିରେ ଉଶ୍ମ : ମମତାଙ୍କ ଦୁଇ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପରେ ପଡିଲା ସିବିଆଇର ଛାପା-

ପଶ୍ଚିମବଙ୍ଗରେ ଟିଏମସି ସରକାର ଗଠନ କରିବା ମାତ୍ରେ ନରଦା ମାମଲାର ତଦନ୍ତ ଆରମ୍ଭ ହୋଇଛି ଏବଂ ସିବିଆଇ ମମତା ବାନାର୍ଜୀ କ୍ୟାବିନେଟର ଦୁଇ ମନ୍ତ୍ରୀଙ୍କ ଘରେ ଚଢାଉ କରିଛି ।

ବାତ୍ୟା ତାଉତେରେ ସନ୍ଧ୍ୟା ସୁଦ୍ଧା ଗୁଜୁରାଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା, ମୁମ୍ବାଇ ବିମାନବନ୍ଦର ବନ୍ଦ

ଗୁଜୁରାଟ ଏବଂ ଡାମନଡିୟୁ ପାଇଁ ଆଇଏମଡି ପକ୍ଷରୁ ୟେଲ୍ଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ଚେତାବନୀ ଅନୁଯାୟୀ, ମେ ୧୮ ପର୍ଯ୍ୟନ୍ତ ପବନ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ରହିବ।

କରୋନାରେ ଆକ୍ରାନ୍ତ ଲୋକପ୍ରିୟ ତଥା ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ

ଓଲିଉଡ଼ ଜଗତ ପାଇଁ କରୋନା ଆଉ ଏକ ଦୁଃଖ ଦେଇଗଲା । ଚାରିଦିନ ଭେଣ୍ଟିଲେଟରରେ ରହିବା ପରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି ।

ସପ୍ତାହକ ଭିତରେ କୋଭିଡ୍ ହସ୍ପିଟାଲରେ ଲାଗିବ ସିସିଟିଭି, ନ ଲାଗିଲେ ନିଆଯିବ କାର୍ଯ୍ୟନୁଷ୍ଠାନ-

କରୋନା ମହାମାରୀ ସମୟରେ ରାଜ୍ୟବାସୀ ଚିନ୍ତାରେ ଥିଲା ବେଳେ ହସ୍ପିଟାଲରେ ଲାଗିଛି ଲମ୍ଭା ଲାଇନ୍ । ତେବେ ଏହାରି ଭିତରେ ହସ୍ପିଟାଲର ଅବ୍ୟବସ୍ଥା ବାରମ୍ଭାର ବାରମ୍ଭାର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର ହୋଇଛି ।

ତେଣୁ ଏହାକୁ ସୁଧାରିବାକୁ ରାଜ୍ୟ ସରକାର ତତ୍ପର ହୋଇ ପଡ଼ିଛନ୍ତି । ଯାହାଫଳରେ କୋଭିଡ଼୍ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଇବାକୁ କହିଛନ୍ତି । ଯାହାଫଳରେ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ୍ ଲାଇନ୍ ରହିବ ।‌

କରୋନାରେ ଜେଲ ଉପରୁ ବୋଝ କମାଇବାକୁ ସ୍ପେଶାଲ ପାଲୋଲରେ ୧୨୬ ଜଣ କଏଦୀ ୩ ମାସ ପାଇଁ ଘରକୁ ଯାଇଛନ୍ତି –

କରୋନାରେ ଜେଲ ଉପରୁ ବୋଝ କମାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି ।

ବାହାଘରର ୬ ଦିନ ନହେଉଣୁ କାଳ ହେଲା କରୋନା, ଲିଭିଗଲା ସିନ୍ଦୂର

ବିବାହର ମାତ୍ର ୬ ଦିନ ନ ପୂରୁଣୁ କାଳ ଘଟାଇଲା କରୋନା । କେନ୍ଦ୍ରାପଡା ଜିଲ୍ଲାର ପ୍ରଧାନପଡା ଗ୍ରାମ ଅନ୍ତର୍ଗତ ଦୁର୍ଗାଡିପଡା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ନବଜାତ ଶିଶୁକୁ ୫୦ ହଜାର ଟଙ୍କାରେ ବିକ୍ରି କଲା ବାପ:ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଅଭାବନୀୟ ଦୃଶ୍ୟ

ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜନ୍ମ ହେବାର କେଇଟା ଦିନ ନପୂରୁଣୁ ୫୦ ହଜାର ଟଙ୍କାରେ ବାପା ନବଜାତ ଶିଶୁକୁ ପରହାତରେ ଟେକି ଦେଇଛି ।

1 44 45 46 47 48 128