
ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ବ୍ଲକ ବଳାଜିତ ପଡା ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ ,ଏହି ଅଗ୍ନିକାଣ୍ଡ ରେ ୪ ଟି ପରିବାରର ୧୦ ବଖରାରୁ ଉର୍ଦ୍ଧ ଗୃହ ଜଳିପୋଡି ପାଉଁଶ ହୋଇ ଯାଇଛି !ଗ୍ରାମର ଲକ୍ଷ୍ମୀଧର ସ୍ବାଇଁ ,ସୁରେନ୍ଦ୍ର ସ୍ବାଇଁ ,ଦେବେନ୍ଦ୍ର ସ୍ବାଇଁ ,ବବିଲତା ସ୍ବାଇଁ ଓ ଅନିଲ ସ୍ବାଇଁ ଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି ,ଏହି ଅଗ୍ନିକାଣ୍ଡରେ ଘରର ଆସବା ପତ୍ର ସମେତ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଥିବାର ଆକଳନ କରାଯାଇଛି ,ଖବର ପାଇ ଭଦ୍ରକରୁ ଦମକଳ ଆସି ନିଆଁ କୁ ଆୟତ କରିଥିଲା ,ଅଗ୍ନିକାଣ୍ଡ ର କାରଣ ଏ ଯାବତ ଅସ୍ପଷ୍ଟ ରାହିଛି ,ଅନ୍ୟ ପକ୍ଷରେ ବିପନ୍ନ ପରିବାରଙ୍କୁ ସରକାରୀ ସାହାର୍ୟ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଛି !