
କୁସୁମଟିଭି ପ୍ରାୟୋଜିତ ନିଶା ଚଳଚିତ୍ରରେ ମୋର ଏକ ନିଆରା ଅନୁଭୁତି, ସମସ୍ତେ କହନ୍ତି ସୁମତୀ ପଣ୍ଡା ଜଣେ କଣ୍ଠଶିଳ୍ପୀ, ଜଣେ ଅଭିନେତ୍ରୀ କିନ୍ତୁ ମୁଁ କହିବି ସମସ୍ତେ ଏ ଦୁନିଆରେ ଭଲ ଅଭିନେତା ଓ ଅଭିନେତ୍ରୀ । କିଛିଦିନ ପୂର୍ବରୁ ସମାଜର କିଛି ଚାପୁଲେସିଆଙ୍କର ଶିକାର ମୁଁ ହୋଇସାରିଛି, ମୋତେ ସାମ୍ନାରେ ମିଠା ମିଠା କଥା କହୁଥିବା ବ୍ୟକ୍ତିମାନେ ପ୍ରଚ୍ଛଦ ପଟରେ ମୋତେ ଛୁରି ଭୁଷୁ ଥିଲେ । ତାଙ୍କର ସେହି ଚୁପୁଡି ଚୁପୁଡି କଥାରେ ମୁଁ ଭାସି ଯାଉଥିଲି ଓ ବିଶ୍ୱାସ କରି ଯାଉଥିଲିା କୁସୁମ ଟିଭିରେ ଯୋଗ ଦେବା ପୂର୍ବରୁ ମୁଁ ଅନେକ ସଂସ୍ଥା ସହିତ ଜଡିତ ଥିଲି । କିନ୍ତୁ ମୋର ର୍ଦୁଭାଗ୍ୟ. ଯେଉଁ ସଂସ୍ଥା ମାନଙ୍କୁ ମୁଁ ନିଜର କରୁଥିଲି ସେହି ସଂସ୍ଥା ମାନେ ମୋତେ ବିଭିନ୍ନ ଅପମାନ ଦେବା ସହିତ ତିରଷ୍କାର କରିଥିଲେ । ଆଜି ବହୁଦିନ ପରେ ମୁଁ କୁସୁମ ଟିଭିରେ ଯୋଗଦେଇ ଜାଣିଲି ଯେ ମୋର ପ୍ରକୃତ ପରିଚୟ କଣ ? ଆଉ ମୋର ହିତାକାଂକ୍ଷି କେଉଁ ମାନେ ।

ଜାଣେନା ଏ ସଂସ୍ଥା ସହିତ କେତେଦିନ ରହିବି ତଥାପି ଆଶା । କେହିନା କେହି ଭଗବାନଙ୍କର ଆର୍ଶିବାଦ ନେଇ ମୋ ଆଖି ଖୋଲି ଦେଇଛି । ବୋଧେ ଭାବୁଛି ଏହି କୁସୁମ ଟିଭିର ନିଶା. ଚଳଚିତ୍ରଟି ମୋର ନୂଆ ପରିଚୟ ସୃଷ୍ଟି କରିବାରେ ସହାୟତା କରିବ । ଆଉ ମୋ ଭିତରେ ଥିବା ପ୍ରତିଭା ଓ ଦକ୍ଷତାକୁ ଲୋକ ଲୋଚନକୁ ଆଣିବାରେ ସହାୟତା ହେବ, ଦିପକ କୁମାରଙ୍କ କାହାଣୀ ଓ ନିର୍ଦ୍ଦେଶିତ ଚଳଚିତ୍ର ନିଶାରେ ମୋତେ ସହ ନିର୍ଦ୍ଦେଶିକା ଭାବରେ ଦେବାର କାରଣ ମୁଁ ଆଜି ଅନୁଭବ କରି ପାରୁଛି । ପ୍ରତ୍ୟେକ ଥର ତାଙ୍କ କାହାଣୀ ଓ ନିର୍ଦ୍ଦେଶିତ ଚଳଚିତ୍ରରେ ନୂତନ କଳାକାର ସୃଷ୍ଟି କରାଇ ଥାନ୍ତି । ହେଲେ ମୁଁ ଏ ରହସ୍ୟ ବୁଝିପାରି ନଥିଲି । କୁସୁମ ଟିଭି କାହିଁକି ଦକ୍ଷ କଳାକାରଙ୍କୁ ନ ନେଇ ନୂତନ କଳାକାର ସୃଷ୍ଟି କରୁଛି ଓ ପୂର୍ବରୁ ଜଡିତ ଥିବା କଳାକାର ମାନଙ୍କୁ ବଞ୍ଚିତ କରୁଛି , ବାସ୍ତବରେ କୁସୁମ ଟିଭି କରିନାହିଁ । କିନ୍ତୁ ସେମାନଙ୍କ ସହିତ ଜଡିତ ଥିବା ସମସ୍ତ କଳାକାର କଳାପ୍ରେମୀ ମାନଙ୍କୁ ସାଦରେ ସମ୍ମାନ ଦେଇ ଆସିଛି ଓ ତାଙ୍କର ପୂଜ୍ୟପୁଜା ମଧ୍ୟ କରୁଛି । ପ୍ରତିଟି କ୍ଷେତ୍ରରେ କୁସୁମ ଟିଭି ତାର ସମସ୍ତ କଳାକାର ମାନଙ୍କୁ ଅଭୁଲା ପ୍ରେମ ଭଳି ବାନ୍ଧି ରଖିଛି । ହେଲେ ଜାଣେନା କାହିଁକି କେଉଁଠି କୁସୁମ ଟିଭି ଅବହେଳିତ ହୁଏ । କିଛି ସ୍ୱାର୍ଥ ଖୋର କଳାକାର ଓ ବ୍ୟକ୍ତି ମାନଙ୍କ ପାଇଁ କୁସୁମ ଟିଭି ଆଜି ଚର୍ଚ୍ଚିତ ।

ଯେମିତି କି ଆଜି କୁ୍ୁସୁମ ଟିଭି ମୋର ଆଖି ଖୋଲି ଦେଇଛି ।ମୋତେ ବି କେହି କଳାକାର ଏଇ କୁସୁମ ଟିଭିକୁ ଆଣିଥିଲେ । ହେଲେ ଆଜି ସେମାନେ ନାହାଁନ୍ତି ମୁଁ ଅଛି , କାରଣ ଏଠି କଳାକାରକୁ ସମ୍ମାନ ,କଳାକୁ ସମ୍ମାନ , ଶାନ୍ତ ପରିବେଶ , ଭାଇଚାରା ଓ ବାସ୍ତବ ଦୁନିଆର ପରିଚୟ ସୃଷ୍ଟି କରୁଛି । ସେମାନେ କାହିଁକି ନାହାନ୍ତି ମୁଁ ଜାଣେନି କିନ୍ତୁ ଏତିକି ଜାଣିଛି ତାଳି ଦୁଇ ହାତରେ ବାଜେ, ଆଉ ସମାଜ ବି ଜାଣେ କାହାକୁ ଗୋଟିଏ ଆଙ୍ଗୁଠି ଦେଖାଇବା ବେଳକୁ ଚିନ୍ତା କରିବା କଥା ଆଉ ୩ଟି ଆଙ୍ଗୁଠି ନିଜ ଆଡକୁ ଇଙ୍ଗିତ କରୁଛି । ନିଶାର ସଫଳତା ପଛରେ ଆପଣ ମାନଙ୍କର ଭଲ ପାଇବା , ସ୍ନେହ ଓ ଆର୍ଶିବାଦ ରହିଛି । ସମସ୍ତ ଯୁବପିଢୀ ମାନଙ୍କୁ. ତଥା ବାପା ମା, ମାନଙ୍କୁ ଗୋଟିଏ ମେସେଜ୍ ଏହି ଚଳଚିତ୍ର ମାଧ୍ୟମରେ ଦେବାକୁ ଚେଷ୍ଟା କରିଛି, ଆପଣଙ୍କର ପ୍ରିୟ ଚଳଚିତ୍ର ନିଶା ।।
ଭଲ କାହାର ଚିନ୍ତା କରି ପାରୁ ନାହଁ ଯଦି
ଖରାପ ବି କାହାର ଚିନ୍ତା କର ନାହିଁ ।
“କୁସୁମ ଟିଭି “