ଅଭିଯୋଗ ଶୁଣିଲାନି ପୋଲିସ, ଭଦ୍ରକ ଏସପି ଅଫିସ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଅଭିଯୋଗ ଶୁଣିଲାନି ପୋଲିସ, ଭଦ୍ରକ ଏସପି ଅଫିସ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଅଭିଯୋଗ ଶୁଣିଲାନି ପୋଲିସ  । ନ୍ୟାୟ ଦୌଉଡି ଦୌଉଡି ଶେଷରେ ଭଦ୍ରକ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ମାଆ ଓ ପୁଅ  । ସୂଚନା ଅନୁସାରେ,  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଜୋଶ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଜମିଜମା ମାମଲା ନେଇ ଥାନାରେ ଅଭିଯୋଗ କରିଥିଲେ  । ଜମିଜମା ମାମଲାରେ କୋର୍ଟରୁ ଡିଗ୍ରୀ ପାଇଥିଲେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ଗୃହ ନିର୍ମାଣ କରୁଛନ୍ତି  । ପୂର୍ବରୁ ଏହି ଘଟଣାକୁ ନେଇ ମାଆ ଓ ପୁଅ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଶେଷରେ ଏସପି ଅଫିସ ଅଭିଯୋଗ କରିଥିଲେ ।  ତେବେ ବାରମ୍ବାର ଦୌଡ଼ି ବା ପରେ ବି ନ୍ୟାୟ ନ ପାଇବାରୁ ଆଜି ଏସପିଙ୍କ ଅଫିସ ସାମନାରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି  । ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଅଧିକ ପଚରାଉଚାର କରୁଛନ୍ତି  । 

Leave a Reply

Your email address will not be published. Required fields are marked *