
ରାଜ୍ୟରେ ଚାଲିଛି ଟ୍ରାଫିକ ଯାଞ୍ଚ । ଏହି କ୍ରମରେ ଟ୍ରକ ଡ୍ରାଇଭର ଏବଂ ହେଲପରଙ୍କୁ ଚାଲାଣ କାଟି ଏବେ ଚର୍ଚ୍ଚାରେ ଯାଜପୁର ପୋଲିସ । ଜଣେ ଟ୍ରକ ଡ୍ରାଇଭର ଏବଂ ହେଲପର ହେଲମେଟ ପିନ୍ଧି ନଥିବା ଦର୍ଶାଇ ୧୦୦୦ ଟଙ୍କା ଚାଲାଣ କଟାଯାଇଛି । ଟ୍ରକ୍ ଡ୍ରାଇଭରଙ୍କୁ ହେଲମେଟ ପିନ୍ଧି ନଥିବାରୁ ଚାଲାଣ କଟାଯାଇଛି । ଖାଲି ଡ୍ରାଇଭର ନୁହେଁ ହେଲପରଙ୍କ ନାଁରେ ବି ଫାଇନ୍ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡିଥିବା ବେଳେ ପୋଲିସର ଏହି କାର୍ଯ୍ୟ ଦକ୍ଷତା ଉପରକୁ ଆଙ୍ଗୁଳି ଉଠିଛି ।