
ଓଡିଶାରେ 2ଜଣ କର୍କଟ ରୋଗୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟୁଛି : ସର୍ଭେ ଆଜି ହେଉଛି ବିଶ୍ୱ କର୍କଟ ଦିବସ । ପ୍ରତିବର୍ଷ ଫେବୃଆରୀ ୪ରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି । ଏହି ମାରାତ୍ମକ ରୋଗ ନେଇ ସଚେତନତା ସୃଷ୍ଟି ପାଇଁ ଏହା ପାଳନ କରାଯାଉଛି । ସାରା ବିଶ୍ୱରେ କ୍ୟାନ୍ସର ସବୁଠାରୁ ଅଧିକ ଜୀବନହାନୀ କରେ । 2018 ମସିହାରେ କର୍କଟ ରୋଗରେ ସାରା ବିଶ୍ୱର 9.6 ମିଲିଅନ ଲୋକଙ୍କ ଜୀବନ ଯାଇଛି । 6 ଜଣ କର୍କଟ ରୋଗୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହେଉଛି । ଏକ ସର୍ଭେ ଅନୁସାରେ ଆମ ରାଜ୍ୟରେ 2ଜଣ କର୍କଟ ରୋଗୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟୁଛି । 2016 ମସିହା ଅନୁସାରେ 49 ହଜାର 674 କର୍କଟ ରୋଗୀଙ୍କ ମଧ୍ୟରୁ 25 ହଜାର 035 ଜଣଙ୍କ ମୃତ୍ୟୁ ହୋଇଛି । କର୍କଟ ରୋଗୀଙ୍କ ଡାଇଗନୋସିସରେ ସାରା ଭାରତରେ ଓଡିଶା
ଦ୍ୱାଦଶ ସ୍ଥାନରେ ରହିଛି । ଶ୍ରେଷ୍ଠ 3 ସ୍ଥାନରେ ରହିଛନ୍ତି ଗୁଜୁରାଟ , କର୍ଣ୍ଣାଟକ ଓ ମହାରାଷ୍ଟ୍ର । କିନ୍ତୁ ଏବେବି ଲୋକଙ୍କ ମନରେ ଏମିତି କିଛି ଭ୍ରମ ରହିଛି ଯାହା କର୍କଟ ରୋଗୀଙ୍କ ପୁଣି ଥରେ ସୁସ୍ଥ ହେବାର ଆଶାକୁ ଭାଙ୍ଗିଦେଉଛି । କର୍କଟ ରୋଗୀଙ୍କୁ ଆଦୌ ଭୟ କରିବା ଉଚିତ୍ ନୁହେଁ । କର୍କଟ ରୋଗର ଚିହ୍ନଟ ଓ ତାର ସଠିକ୍ ସମୟରେ ଚିକିତ୍ସା ହିଁ ରୋଗୀକୁ ସୁସ୍ଥ ରଖିବ । ତେଣୁ ଯଦି ଶରୀରରେ କର୍କଟ ରୋଗ ଅଛି ତେବେ ଶୀଘ୍ର ଚିହ୍ନଟ ହେଲେ ଆରୋଗ୍ୟ ଶୀଘ୍ର ହୋଇପାରିବେ ।