
ଆନ୍ଧ୍ର ଓଡିଶା ବିବାଦ ବଢିବାରେ ଲାଗିଛି । ବିବାଦୀୟ କୋଟିଆକୁ ନେଇ ଆନ୍ଧ୍ରର ଦାଦାଗିରି ଚରମ ସୀମାରେ ପହଁଞ୍ଚିଛି । କୋଟିଆ ପଞ୍ଚାୟତର 3ଟି ଗାଁକୁ କବଜା କରିଛି ଆନ୍ଧ୍ର । କେବଳ କବଜା ନୁହେଁ ନାଁ ବଦଳାଇ ଦେଇଛି ଆନ୍ଧ୍ର । ଓଡିଶା ସରକାରଙ୍କ ପକ୍ଷରୁ କୋଟିଆର ବିକାଶ ନିମନ୍ତେ ୧୫୦ କୋଟି ବ୍ୟୟ ବରାଦ କରାଯାଇଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହେବାକୁ ଥିବା ବେଳେ ଆନ୍ଧ୍ର ଓଡ଼ିଶା ବିବାଦୀୟ କୋଟିଆର 3ଟି ଗାଁକୁ କବଜା କରିବା ସହ ନାଁ ବଦଳାଇ ଦେଇଛି ଆନ୍ଧ୍ର । ତିନିଟି ଗାଁ ତଳ ଗଞ୍ଜେଇ ପଦର,ଫାଟୁସିନେରୀ ଓ ଫଗୁଣ ସିନେରୀ ଗାଁର ନାମକୁ ବଦଳାଇ ଦେଇଛି । କୋଟିଆ ର ୨୧ ଗୋଟି ଗ୍ରାମକୁ ନେଇ ଆନ୍ଧ୍ର ଓଡିଶା ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତ ଅଧୀନରେ ୨୮ଟି ଗ୍ରାମ ରହିଥିବାବେଳେ ସେଥି ମଧ୍ୟରୁ ୨୧ଟି ଗାଁ ବିବାଦୀୟ ରହିଛି । ଏହି ୨୧ଗୋଟି ଗାଁ ଗୁଡିକୁ ନିଜ ଅଂଚଳ ବୋଲି ଆନ୍ଧ୍ର ପ୍ରଦେଶ ଦାବୀ କରି ଆସୁଛି । ଏହି ୨୧ଟି ଗ୍ରାମକୁ ନେଇ ଆନ୍ଧ୍ରପ୍ରଦେଶ ସରକାର ବିଜୟନଗରମ ଜିଲ୍ଲାର ସାଲୁର ମଣ୍ଡଳ ଅଧୀନରେ ତିନୋଟି ଗାଁ ନାମ ପରିବର୍ତ୍ତନ କରି ତିନୋଟି ପଞ୍ଚାୟତ ଗଠନ କରିଛି । ଏହି ୩ ଟି ଗ୍ରାମ ତଳଗଞ୍ଜେଇପଦର କୁ ଗଞ୍ଜେଇବାଦ୍ରା , ଫଗୁଣ ସିନେରୀ କୁ ପାଙ୍ଗୁଲଚେନୁରୁ ଓ ଫଗୁଣସେନେରୀର ନାମ କୁ ପାଟ୍ଟୁଚେନୁରୁ ପରିବର୍ତ୍ତନ କରିଛି ।