
ରାଜ୍ୟରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହୋଇଛି । ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯାଉଛି ଟୀକା । ଏହି କ୍ରମରେ ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳ ଜ୍ଞାନ ଦାସ ମୋହଦୟ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣରେ ଟୀକା ନେଇଛନ୍ତି । ଏହି ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସମସ୍ତ ପଞ୍ଜିକୃତ କର୍ମଚାରୀ ଟୀକା ନିଅନ୍ତୁ ବୋଲି ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 16ହଜାର ସମ୍ମୁଖ ଯୋଦ୍ଧା ଟୀକା ନେବାକୁ ପଞ୍ଜିକୃତ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣରେ ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳ ଜ୍ଞାନ ଦାସ ଟୀକା ନେଇଛନ୍ତି । ଆଜିଠୁ ସାରା ରାଜ୍ୟରେ ପୋଲିସଙ୍କୁ ଟୀକା ଦିଆଯିବ । ଭୁବନେଶ୍ୱରରେ କମିଶନର ଅଫିସ, ଡିସିପି ଭୁବନେଶ୍ୱର, ଏସ୍ଏସ୍ ବାଟାଲିଅନ୍, ସପ୍ତମ ବାଟାଲିଅନ୍, ରାଜ୍ୟ ଗୁଇନ୍ଦା ବିଭାଗ, ଏସ୍ଓଜି, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ପୋଲିସ ଟୀକା ନେବେ । 8,937 ଜଣ ପୋଲିସ କର୍ମଚାରୀ ଏହି ଟୀକା ନେବେ ।