ଆଜି ମଧ୍ୟାହ୍ନରେ ଚାଷୀ ସଂଗଠନର ଚକା ଜାମ ଆନ୍ଦୋଳନ, ଦିଲ୍ଲୀରେ ୫୦ ହଜାର ସୁରକ୍ଷାକର୍ମୀ ମୁତୟନ

ଆଜି ମଧ୍ୟାହ୍ନରେ ଚାଷୀ ସଂଗଠନର ଚକା ଜାମ ଆନ୍ଦୋଳନ, ଦିଲ୍ଲୀରେ ୫୦ ହଜାର ସୁରକ୍ଷାକର୍ମୀ ମୁତୟନ

ନୂଆ କୃଷି ଆଇନ ବିରୋଧରେ ଗତ ବର୍ଷ ନଭେମ୍ବର ୨୬ ତାରିଖରୁ ଜାରି ରହିଥିବା ଚାଷୀ ସଂଗଠନର ଆନ୍ଦୋଳନ କ୍ରମେ ଆଜି ଦେଶବ୍ୟାପୀ ଅପରାହ୍ନରେ ଚକା ଜାମ ଆହ୍ୱାନ ଦିଆଯାଇଛି । କିନ୍ତୁ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଚକା ଜମା ପାଇଁ ଯୋଜନା ହୋଇନାହିଁ । ଯଗ୍ମ ଚାଷୀ ମୋର୍ଚ୍ଚା ଚକା ଜାମ ପାଇଁ ସମୟ ନିର୍ଦ୍ଧାରଣ କରିଛି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଭିତରେ ।

ଏହା ପୂର୍ବରୁ ମୋର୍ଚ୍ଚା ତରଫରୁ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରାଯାଇଥିଲା । ସେଦିନ ଆନ୍ଦୋଳନକାରୀମାନେ ଲାଲକିଲ୍ଲାରେ ଉତ୍ପାତ ସୃଷ୍ଟି କରିଥିଲେ । ଏହି କାରଣରୁ ଏବେ ସରକାରଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିଛି ଏବଂ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢ଼ାଇ ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ଦିଲ୍ଲୀ ପୋଲିସକୁ ସୁରକ୍ଷା ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

Leave a Reply

Your email address will not be published. Required fields are marked *