
ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଏକ ନବଜାତ ଶିଶୁ କନ୍ୟାକୁ ନଦୀ ପଠାରୁ ଦୟନୀୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଂଚଳରେ । ସୂଚନା ଅନୁସାରେ, ଅଳାଇଲୋ ଗାଁର ରମାକାନ୍ତ ସେଠୀ ନାମକ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଗୋବରୀ ନଦୀ ପଠାରେ ରହିଥାନ୍ତି । ଗୋବରୀ ସେତୁ ନିକଟରୁ ଛୁଆର କାନ୍ଦ ଶୁଣିବା ପରେ ସେ ସେହି ସ୍ଥାନକୁ ଯାଇ ସେଠାରେ ଜଣେ ଶିଶୁ କନ୍ୟା ପଡିଥିବାର ଦେଖିବାକୁ ପାଇଥିଲେ । ଏହା ପରେ ସେ ଶିଶୁ କନ୍ୟାକୁ ଉଦ୍ଧାର କରି ନିଜ ଘରକୁ ନେଇ ଯାଇଥିଲେ । ଖବରପାଇ ଜିଲ୍ଲା ସିଡବ୍ଲୁସି କମିଟିର ଟିମ୍ ଏବଂ ମହାକାଳପଡା ଥାନାର ପୋଲିସ ରମାକାନ୍ତଙ୍କ ଘରେ ପହଁଚିବା ପରେ ଶିଶୁ କନ୍ୟାକୁ ହସ୍ତାନ୍ତର କରାଯାଇଥିଲା । ସି ଡବ୍ଲୁ ସି ଶିଶୁକୁ ନିଜ ହେପାଜତରେ ନେବା ସହିତ ସିକିତ୍ସା ମଧ୍ୟ କରାଇଛନ୍ତି ।