ଅର୍ଜୁନ ତେନ୍ଦୁଲକର ଏବଂ ଶ୍ରୀସନ୍ତ ଙ୍କ ଆଇପିଏଲରେ ଏଣ୍ଟ୍ରି

ଅର୍ଜୁନ ତେନ୍ଦୁଲକର ଏବଂ ଶ୍ରୀସନ୍ତ ଙ୍କ ଆଇପିଏଲରେ ଏଣ୍ଟ୍ରି

ଫେବୃଆରୀ ୧୮ ତାରିଖରେ ହେବାକୁ ଥିବା ଆଇପିଏଲ ନିଲାମରେ କ୍ରିକେଟର ଭଗବାନ ସଚ୍ଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କ ନାମ ସାମିଲ କରାଯାଇଛି । ଏହି ନିଲାମରେ ଅର୍ଜୁନଙ୍କ ବ୍ରେସ ପ୍ରାଇସ ୨୦ ଲକ୍ଷ ରହିଛି । ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଡେବ୍ୟୁ କରିଥିଲେ ଅର୍ଜୁନ । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହ ତାଙ୍କୁ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା । ସେହିପରି ଆଇପିଏଲରେ ସ୍ପଟ ଫିକ୍ସି ଯୋଗୁ ଦୀର୍ଘ ୭ ବର୍ଷ ଧରି କ୍ରିକେଟରୁ ଦୂରରେ ରହିଥିବା କେରଳ ଫାଷ୍ଟ ବୋଲର ଏସ.ଶ୍ରୀଶାନ୍ତ ମଧ୍ୟ ଏଥର ନିଲାମ ପକ୍ରିୟାରେ ସାମିଲ ହୋଇଛନ୍ତି । ତାଙ୍କର ବେସ ପ୍ରାଇସ ୭୫ ଲକ୍ଷ ରହିଛି । ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ମିଚେଲ  ଷ୍ଟାର୍କ ଏହି ବର୍ଷ ମଧ୍ୟ ଆଇପିଏଲ ନିଲାମରେ ସାମିଲ ହୋଇନାହାନ୍ତି । ଚଳିତ ବର୍ଷ ଆଇପିଏଲ ନିଲାମ ନିମନ୍ତେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ, କେଦାର ଯାଦବ, ଷ୍ଟିଭ ସ୍ମିଥ, ମାର୍କ ଉଡ , ଗ୍ଲେନ ମ୍ୟାକୱେଲ ଆଦି ଖେଳାଳିଙ୍କ ବେସ ପ୍ରାଇସ ୨ କୋଟି ରହିଛି । ସେହିପରି ଭାରତୀୟ ଟେଷ୍ଟ ବ୍ୟାଟସମାନ ହନୁମାନ ବିହାରୀଙ୍କ ବେସ ପ୍ରାଇସ ଏକ କୋଟି ରହିଥିବା ବେଳେ ଚେତେଶ୍ୱର ପୂଜାରାଙ୍କ ବେସ ପ୍ରାଇସ ୫୦ ଲକ୍ଷ ରହିଛି । ଚଲିତ ବର୍ଷ ଆଇପିଏଲ ଅକ୍ସନରେ ୧୦୯୭ ଖେଳାଳି ସାମିଲ ହୋଇଛନ୍ତି । ଯେଉଁଥିରେ ୮୧୪ ଜଣ ଭାରତୀୟ ଖେଳାଳି ରହିଥିବା ବେଳେ ୨୮୩ ଜଣ ବିଦେଶୀ ଖେଳାଳି ରହିଛନ୍ତି ।

Leave a Reply

Your email address will not be published. Required fields are marked *