ମୁଣ୍ଡବିହୀନ ମୃତଦେହ ମିଳିବାର ୨୪ ଘଣ୍ଟା ପରେ ମଧ୍ୟ ହତ୍ୟାକାରୀ ଓ ମୃତକଙ୍କର ଟେର୍ ପାଉନି ପୋଲିସ, ଅନୁସନ୍ଧାନ ଜାରି

ମୁଣ୍ଡବିହୀନ ମୃତଦେହ ମିଳିବାର ୨୪ ଘଣ୍ଟା ପରେ ମଧ୍ୟ ହତ୍ୟାକାରୀ ଓ ମୃତକଙ୍କର ଟେର୍ ପାଉନି ପୋଲିସ, ଅନୁସନ୍ଧାନ ଜାରି

ଚନ୍ଦକା ନିକଟସ୍ଥ ଭରତପୁରସ୍ଥିତ ଦାଶପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାରର ୨୪ ଘଣ୍ଟା ପରେ ମଧ୍ୟ ହତ୍ୟାକାରୀର ସନ୍ଧାନ ମିଳିପାରିନଥିବା ଭୁବନେଶ୍ୱର ଡେପୁଟି କମିଶନର (ଡିସିପି) ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏହି ମାମଲାରେ ଅତିରିକ୍ତ ଡିସିପି ଅଧିକାରୀଙ୍କୁ ପାଞ୍ଚଜଣ ବରିଷ୍ଠ ଅଧିକାରୀ ସହାୟତା କରୁଥିବା ଶୁକ୍ରବାର ଜଣାଇଛନ୍ତି  । ସେ କହିଛନ୍ତି, ମୃତଦେହ ଏକ ନିର୍ଜନ ସ୍ଥାନରୁ ମିଳିଥିଲା, ତେଣୁ ପୋଲିସ ପାଇଁ କୌଣସି ଆଖି ସାକ୍ଷୀ ପାଇପାରିନି  ।

ସେ ଆହୁରି ଜଣାଇଛନ୍ତି ଯେ “ଆମେ ତାଙ୍କ ଆନୁମାନିକ ବୟସ, ଉଚ୍ଚତା ଏବଂ ଅନ୍ୟାନ୍ୟ ସୂଚନା ରାଜ୍ୟର ସମସ୍ତ ପୋଲିସ ଷ୍ଟେସନରେ ଜଣାଇସାରିଛୁ। ସବିଶେଷ ତଥ୍ୟ ସହିତ ତାଙ୍କ ଜିନିଷର ପୋଷ୍ଟରଗୁଡିକ ନିକଟସ୍ଥ ସମସ୍ତ ବସ୍ତିରେ ରଖାଯିବ।” କେବଳ ଓଡିଶାରେ ନୁହେଁ, ପଡୋଶୀ ରାଜ୍ୟକୁ ମଧ୍ୟ ପୋଲିସ ତାଙ୍କ ବିବରଣୀ ପଠାଇଛି । ଯଦିଓ ହତ୍ୟା ପୂର୍ବରୁ ବଳାତ୍କାର ସମ୍ପର୍କରେ ପ୍ରାଥମିକ ଅନୁସନ୍ଧାନ କରାଯାଇନାହିଁ, ତଥାପି ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ”

ସେ ଜଣାଇଛନ୍ତି ଯେ ଏହା ସ୍ପଷ୍ଟ ଯେ ହତ୍ୟାକାରୀମାନେ ପୋଲିସଠାରୁ ମୃତଦେହର ପରିଚୟ ଲୁଚାଇବା ପାଇଁ ମୁଣ୍ଡ କାଟିଥିଲେ। କିନ୍ତୁ ଆମେ ନିଶ୍ଚିତ ଭାବେ ଅପରାଧୀଙ୍କୁ ଶୀଘ୍ର ଧରିବୁ । ସୂଚନାଯୋଗ୍ୟ, ଗୁରୁବାର ଦାଶପୁରର ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଅଞ୍ଚଳରେ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରେ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *