
ଚାଷୀ ଆନ୍ଦୋଳନ ତୀବ୍ର ହେଉଛି । ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକଙ୍କ ଚକାଜାମ । ଦିନ ୧୨ଟାରୁ ଅପରାହ୍ଣ ୩ ଯାଏ ୩ ଘଣ୍ଟିଆ ଚକାଜାମ କରିବେ ଚାଷୀ । ଏଥିପାଇଁ ଦିଲ୍ଲୀ ସୀମାରେ ପୋଲିସ ଛାଉଣୀ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ୫୦ ହଜାର ପୋଲିସ, ପାରାମିଲିଟାରୀ ଓ ରିଜର୍ଭ ଫୋର୍ସ ମୁତୟନ ହୋଇଛନ୍ତି ।
ସୁରକ୍ଷା ବଳୟରେ ଦିଲ୍ଲୀ ଲାଲକିଲ୍ଲୀ । ଦିଲ୍ଲୀର ୧୨ଟି ମେଟ୍ରୋ ଷ୍ଟେସନରେ ଜାରି ହୋଇଛି ଆଲର୍ଟ । ଦିଲ୍ଲୀ ଏନସିଆରରେ ସୁରକ୍ଷା କଡ଼ାକଡ଼ି । ଆକାଶମାର୍ଗରୁ ନଜର ରଖିବ ଡ୍ରୋନ୍ । ଚାରିଆଡ଼େ ଡ୍ରୋନ କ୍ୟାମେରା ପଇଁତରା ମାରୁଛି ।
ସେହିପରି ଦିଲ୍ଲୀର ବିଭିନ୍ନ ସୀମାରେ ବଢ଼ାଯାଇଛି ସୁରକ୍ଷା ବ୍ୟବସ୍ଥା । ଗାଜିଆବାଦର ଲୋନି ବର୍ଡର, ଗାଜିପୁର ବର୍ଡର, ଦିଲ୍ଲୀ-ରାଜସ୍ଥାନର ଶାହାଜାହପୁର ବର୍ଡରରେ ସୁରକ୍ଷା କଡ଼ାକଡ଼ି । ଅଧିକ ଫୋର୍ସ ମୁତୟନ ହୋଇଛନ୍ତି ।