କିନ୍ନର ଚଳାଇବେ ସ୍ୱଚ୍ଛ ସବାରୀ;ଘରକୁ ଘର ବୁଲି ସଂଗ୍ରହ କରିବେ ଅଳିଆ

କିନ୍ନର ଚଳାଇବେ ସ୍ୱଚ୍ଛ ସବାରୀ;ଘରକୁ ଘର ବୁଲି ସଂଗ୍ରହ କରିବେ ଅଳିଆ

ଭଦ୍ରକ ପୌରପାଳିକା ପକ୍ଷରୁ ଆଜି ସ୍ୱଚ୍ଛ ସବାରୀର ଉଦ୍‌ଘାଟନ ହୋଇ ଯାଇଛି । ବ୍ୟାଟେରୀ ଚାଳିତ ଏହି ଗାଡିକୁ କିନ୍ନରମାନେ ଚଳାଇବେ । ସେମାନେ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବେ । ସହରକୁ ସ୍ୱଚ୍ଛ ଓ ପରିଚ୍ଛନ୍ନ ରଖିବା ନିମନ୍ତେ ଭଦ୍ରକ ପୌରପାଳିକା ପାଇଁ ୪୦ ଗୋଟି ବ୍ୟାଟେରୀ ଚାଳିତ ଗାଡି ସ୍ୱଚ୍ଛ ସବାରୀ ଆସିଛି । ସେଥିମଧ୍ୟରୁ ଆଜି ୬ଟି ଗାଡି ୬ଜଣ କିନ୍ନରଙ୍କୁ ପ୍ରଦାନ କରାଯାଇଛି । ଏହି ଗାଡି ପ୍ରଦାନ ଉତ୍ସବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ପୌରପାଳିକା ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ଚରମ୍ପା ଅର୍ଦ୍ଧନାରୀଶ୍ୱର କିନ୍ନର ମହାସଂଘର ସମ୍ପାଦିକା ସୌମ୍ୟା ଦାସ ପ୍ରମୁଖ ଏହାକୁ ଉଦ୍‌ଘାଟନ କରିଥିଲେ ।

ପ୍ରାଥମିକ ପର୍ଯ୍ୟାୟରେ ଏ ନେଇ ପୌରପାଳିକା ପକ୍ଷରୁ ଇଚ୍ଛୁକ ୭ଜଣ କିନ୍ନରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି କିନ୍ନରମାନେ ତୃତୀୟଲିଙ୍ଗିଙ୍କୁ ନେଇ ଗଠିତ ଚରମ୍ପା ସିଂହବାହିନୀ ତୃତୀୟଲିଙ୍ଗି ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମା’ ଭଦ୍ରକାଳୀ ତୃତୀୟଲିଙ୍ଗି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା । ସେମାନଙ୍କ ମଧ୍ୟରୁ ଆଜି ୬ଜଣ ସଞ୍ଜନା ସାମଲ, ସୀମା ଟାଙ୍ଗୁରୁ, ଏମ୍‌.ରବୀନ୍ଦ୍ର, ମାଧବୀ ବାରିକ, ଯଦୁନାଥ ହାଁସଦା, ପାୟଲ କିନ୍ନରଙ୍କୁ ପୌରପାଳିକାରେ ନିଯୁକ୍ତି ପ୍ରଦାନ କରାଯିବା ସହ ସେମାନଙ୍କୁ ଏହି ଗାଡି ଚଳାଇ ଅଳିଆ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

Leave a Reply

Your email address will not be published. Required fields are marked *