ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ନେଇ ବଢୁଛି ସସ୍ପେନ୍ସ ମରିଗଲେ ନା ମାରିଦେଲେ

ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ନେଇ ବଢୁଛି ସସ୍ପେନ୍ସ ମରିଗଲେ ନା ମାରିଦେଲେ

ଗତ ଜାନୁଆରୀ ୨ କଟକ ମାହାଙ୍ଗାରେ ଅତି ବର୍ବରଚିତ ଭାବରେ ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଏହି ମାମଲାରେ ଅନେକ ବଡ ବଡିଆଙ୍କ ନାଁ ସାମ୍ନାକୁ ଆସିଥିଲା । ସେମାନେ ସିଧାସଳଖ ଭାବରେ ଏହି ହତ୍ୟା ଷଡଯନ୍ତ୍ର ସହ ଜଡିତ ବୋଲି କୁହାଯାଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳ ସେବେଠୋରୁ ଫେରାର୍ ରହିଥିଲା । 

କଟକ ଗ୍ରାମାଞ୍ଚଳ ପୋଲିସ୍ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିବା ପରେ ବି ପ୍ରଖୃତ ଷଡଯନ୍ତ୍ରକାରୀଙ୍କ ମୁଖା ଖୋଲିବାର ଭୟ ରହିଥିଲା । ତେବେ ଏହି ମାମଲାରେ ଖୋଦ୍ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ମୃତକଙ୍କ ପରିବାର ଲୋକ ବାରମ୍ବାର ଅଭିଯୋଗ କରିବା ପରେ ବି ଏପର୍ଯ୍ୟନ୍ତ ମନ୍ତ୍ରୀ ଓ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଥିବା ଅଭିଯୁକ୍ତ ମାନେ ତଦନ୍ତ ପରିସର ଭୁକ୍ତ ହୋଇ ପାରିନାହାନ୍ତି । ଏସବୁ ସସ୍‌ପେନ୍ସ ଭିତରେ ଗତ କାଲି ଅତି ସନ୍ଦେହଜନକ ଭାବରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତଦେହ କଟକ ନିର୍ଗୁଣ୍ଡି ଟୋଲ ଗେଟ୍ ନିକଟରୁ ଉଦ୍ଧାର ହେବା ପରେ ଏହି ମାମଲାରେ ସସ୍‌ପେନ୍ସ ଆହୁରି ବଢିଛି । ତେବେ ଦୂର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଥିବା ବେଳେ ପ୍ରକୃତରେ ତାଙ୍କ ମୃତ୍ୟୁ ହୋଇଛି ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଛି ।

ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ ଦେହ କଟକ ରୁ ମିଳିଛି ତ ନିହାତି ଭାବରେ ସେ କଟକରେ ହିଁ ଥିଲେ । ଯଦି ଅଭିଯୁକ୍ତ କଟକରେ ଖୁଲମଖୁଲା ଭାବରେ ବୁଲୁଥିଲେ ତାହାଲେ ପୋଲିସ୍ ତାଙ୍କ ଟେରୁ କିପରି ପାଉନଥିଲା । ପୋଲିସ୍ ତାଙ୍କୁ ଖୋଜୁନଥିଲା ନା ପ୍ରଫ୍ଲ୍‌ଙ୍କୁ ଆଉ କିଏ ସୁରକ୍ଷା ଦେଉଥିଲା । 

ଅନ୍ୟପଟେ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ହେବା ବି ସ୍ୱାଭାବିକ୍ । କାହିଁକି ନାଁ ଯଦି ପ୍ରଫୁଲ୍ଲ ବିଶ୍ୱାଳ ପୋଲିସ୍ ହାତରେ ଧରାପଡିଥାନ୍ତେ ତାହାଲେ ହୁଏତ ପୂର୍ବ ମର୍ଡରରେ ସଂଶ୍ଳିଷ୍ଟ ଅନ୍ୟ ବଡ ମୁଣ୍ଡଙ୍କ ପୋଲ୍ ଖୋଲିଯିବାର ଭୟ ରହିଥିଲା । ଯାହାକୁ ନେଇ ତାଙ୍କୁ ରାସ୍ତାରୁ ସଫା କରାଯାଇଛି ବୋଲି ଏହି ମାମଲାରେ ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *