ଷଡଯନ୍ତ୍ର ପଦାରେ ପଡିବା  ଭୟରେ ମାହାଙ୍ଗା ହତ୍ୟା ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି; ବିଜେପି

ଷଡଯନ୍ତ୍ର ପଦାରେ ପଡିବା ଭୟରେ ମାହାଙ୍ଗା ହତ୍ୟା ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି; ବିଜେପି

ମାହାଙ୍ଗା ଡବଲ ମର୍ଡରକୁ ନେଇ ପୂର୍ବରୁ ରାଜ୍ୟ ରାଜନୀତି ବେଶ୍ ସରଗରମ ଥିବା ବେଳେ ଏବେ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ପରେ ପୁଣି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହି ଘଟଣାରେ ବିଜେପିର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ ମାହାଙ୍ଗା ହତ୍ୟା ଷଡଯନ୍ତ୍ର ପଦାରେ ପଡିବା ଭୟରେ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି । ପ୍ରଫୁଲ୍ଲ ଅନେକ କିଛି ଜାଣି ଥିବାରୁ ତାଙ୍କୁ ମଧ୍ୟ ନିର୍ମମ ଭାବରେ ହତ୍ୟା କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି ।

ଜାନୁଆରୀ ୨ରେ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପରଠାରୁ ଫେରାର୍ ଥିଲେ ପ୍ରଫୁଲ୍ଲ ବିଶ୍ୱାଳ । ତାଙ୍କୁ ଏହି ହତ୍ୟାକାଣ୍ଡରେ ଯଡିତ ଅନ୍ୟମାନେ ଲୁଚାଇ ରଖିଥିବା ମଧ୍ୟ ଅଭିଯୋଗ ହୋଇଥିଲା ଏବଂ ଏହାପରେ ଗତ କାଲି ତାଙ୍କ ମୃତ ଦେହ ଉଦ୍ଧାର ହେବା ପରେ ଏହି ସନ୍ଦେହକୁ ଆହୁରି ଘନୀଭୂତ କରିଛି । ଅତି ରହସ୍ୟ ଜନକ ଭାବରେ ତାଙ୍କୁ ଟ୍ରକ୍ ଚଢାଇ ଦଳି ଚକଟି ସୁପ୍ରାୟୋଜିତ ଭାବେ ହତ୍ୟା କରାଯାଇଥିବା ବିଜେପି ଅଭିଯୋଗ କରିଛି ।

Leave a Reply

Your email address will not be published. Required fields are marked *