
ନାସା ଯିବେ ଓଡ଼ିଶାର ୧୦ଜଣ ଛାତ୍ରଛାତ୍ରୀ । ପ୍ରଥମ ଥର ପାଇଁ ଓଡ଼ିଶାରୁ ଏହି ଟିମ୍ ନାସାରେ ନିଜର କମାଲ୍ ଦେଖାଇବେ । ସାରା ବିଶ୍ୱରେ ୮୭ଟି ଟିମ୍ ଭାଗ ନେଉଥିବା ବେଳେ ଏହି ଟିମ୍ ସେଠାରେ ନିଜ ହାତ ତିଆରି ରୋବର୍ଟକୁ ଉପସ୍ଥାପନ କରିବେ ।
ଏହି ଖବର ଜାଣିବା ପରେ ଛାତ୍ରଛାତୀମାନେ ବହୁତ ଖୁସି ହୋଇଛନ୍ତି । କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନଙ୍କ ତତ୍ୱାବଧାନରେ ୧୯ବର୍ଷରୁ କମ୍ ଛାତ୍ରଛାତ୍ରୀମାନେ ସାଇକେଲ, ବାଇକ୍, ଅଟୋ ଓ କାରର ବିଭିନ୍ନ ଯନ୍ତ୍ରପାତିକୁ ନେଇ ଏହି ରୋବର୍ଟ ପ୍ରସ୍ତୁତ କରିଛନ୍ତି ।