ରାଜ୍ୟ ବିକାଶର ଆଉ ଏକ  ଏକ ବିକଳ ଚିତ୍ର ଖଟିଆରେ  ବୁହାହେଲେ ରୋଗୀ ଚିକିତ୍ସ   ଅଭାବରୁ ଆଖି ବୁଜିଲେ

ରାଜ୍ୟ ବିକାଶର ଆଉ ଏକ ଏକ ବିକଳ ଚିତ୍ର ଖଟିଆରେ ବୁହାହେଲେ ରୋଗୀ ଚିକିତ୍ସ ଅଭାବରୁ ଆଖି ବୁଜିଲେ

ରାଜ୍ୟ ସରକାର ରାଜ୍ୟର ବିକାଶ ର ଅନେକ ପ୍ରଚାର କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ବିକାଶର ବିକଳ ଚିତ୍ର ସାମ୍ନାକୁ ଆସୁଛି । କେବଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ ରାଜ୍ୟର ଅନେକ ପ୍ରମୁଖ ଜିଲ୍ଲା ଗୁଡିକରେ ଏବେବି ଖଟିଆରେ ବୁହା ହେଉଛନ୍ତି ରୋଗୀ । ସେମିତି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ୍ ଉଦୟପୁର ପଞ୍ଚାୟତର କୋଷଲଙ୍ଗା ଗାଁରେ । ଗାଁକୁ ରାସ୍ତାର ସୁବିଧା ନଥିବାରୁ ଦୀର୍ଘ ୨ କିମି ପର୍ଯ୍ୟନ୍ତ ଖଟିଆରେ ବୁହା ହେଲେ ଜଣେ ବୃଦ୍ଧ । ଏତିକିରେ ବୃଦ୍ଧ ଜଣଙ୍କର କଷ୍ଟ ସରିନି ।

୬୫ ବର୍ଷିୟ ବୃଦ୍ଧ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେବା ପରେ ଖଟିଆରେ ବୁହା ହୋଇ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ମିଳିନଥିଲା ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *