ଚିନ୍ତାରେ ଚାଷୀ, ଶୀତକାକରରେ ମଣ୍ଡିରେ ପଡିଛି ଧାନ

ଚିନ୍ତାରେ ଚାଷୀ, ଶୀତକାକରରେ ମଣ୍ଡିରେ ପଡିଛି ଧାନ

ମଣ୍ଡିରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ  । ଶୀତକାକରରେ ବସ୍ତା ବସ୍ତା ଧାନ ମଣ୍ଡିରେ ପଡି ରହିଥିବା ଚାଷୀ ଅଭିଯୋଗ କରିଛନ୍ତି । ମାସ ମାସ ପରେ ବି ବିକ୍ରି ନ ହୋଇ ଧାନ ପଡିଥିବାରୁ ବଢିଛି ଚାଷୀଙ୍କ ଚିନ୍ତା ।

ନୂଆପଡା ଜିଲ୍ଲାରେ ମଣ୍ଡି ମାନଙ୍କରେ ଖୋଲା ଆକାଶ ତଳେ ପଡି ରହିଛି ହାଜର ହଜାର ବସ୍ତା ଧାନ  । ଟୋକନ ଅବଧି ସରିଆସୁଥିବା ବେଳେ ମଣ୍ଡିରୁ ଉଠୁନି ଧାନ । ଶୀତକାକରରେ ଚାଷୀ ମଣ୍ଡିରେ ଧାନକୁ ଜଗୁ ବସୁଛନ୍ତି  । ଏବେ ଚିନ୍ତାରେ ଚାଷୀ  । ଧାନ ନ ଉଠିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି  ।

Leave a Reply

Your email address will not be published. Required fields are marked *