
ବୋରିଗୁମ୍ମା ଥାନା ଛତରଲା ନିକଟରେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର। ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ବୋରିକୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କୁ କୌଣସି ଆଘାତ ଲାଗି ନାହିଁ। ମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ଗୁରୁତରଙ୍କୁ ଭେଟିଛନ୍ତି। ସେପଟେ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।