ପୁଣି କାରଗାରରେ ବିଚରାଧିନ କଏଦୀଙ୍କ ମୃତ୍ୟୁ,

ପୁଣି କାରଗାରରେ ବିଚରାଧିନ କଏଦୀଙ୍କ ମୃତ୍ୟୁ,

ପୁଣି କାରଗାରରେ ବିଚରାଧିନ କଏଦୀଙ୍କ ମୃତ୍ୟୁ, ଜେଲରେ ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ-
ରାଜ୍ୟରେ ଜେଲ ଭିତରେ ଗୋଟିଏ ପରେ ଗୋଟିଏ କଏଦୀଙ୍କ ମୃତ୍ୟୁ ଜେଲ ଅନ୍ତେବାସୀଙ୍କ ସୁରକ୍ଷା ଉପରେ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରୁଥିବା ବେଳେ ଏବେ ଆଉ ଏକ ବିଚରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି ।
ପୁରୀ ଜେଲରେ ଆଜି ଜଣେ ବିଚରାଧିନ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀ ଜଣଙ୍କ ଶ୍ରୀଧର ଦାସ ବୋଲି ଜଣାପଡିଛି । ସେ କିଛି ବର୍ଷ ହେବ ଏକ ଘରୋଇ ଗଣ୍ଡଗୋଳକୁ ନେଇ ବିଚାରବିଭାଗୀୟ ହାଜତ ରେ ଥିଲେ ।
ଗତ କାଲି ସେ ହଠାତ୍ ଅସୁସ୍ଥ ହେବାକୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପଟେ କଏଦୀଙ୍କ ମୃତ୍ୟୁ ପରେ ତାଙ୍କୁ ଜେଲ ଭିତରେ ଅତ୍ୟାଚାର କରାଯିବା ସହିତ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି କଏଦୀଙ୍କ ପରିବାର ଲୋକେ । ଏନେଇ ରାମଚଣ୍ଡୀ ଥାନରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ମୃତ କଏଦୀ ଶ୍ରୀଧର ଦାସଙ୍କ ପରିବାର ଲୋକ । ଏହାପରେ ଏହାକୁ ନେଇ ପୁରୀ ଏସପି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମାନବଅଧିକାର ଆଇନ୍ ଅନୁଯାଇ ତଦନ୍ତ କରାଯିବ ଏବଂ ଖୁବ୍ ଶୀଘ୍ର ସତ୍ୟତା ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *