ଝରାଫୁଲ ଡେଥ୍ ମିଷ୍ଟ୍ରି : ଆଜି ଭିସେରା ରିପୋର୍ଟ ଖୋଲିପାରେ ରହସ୍ୟ:

ଝରାଫୁଲ ଡେଥ୍ ମିଷ୍ଟ୍ରି : ଆଜି ଭିସେରା ରିପୋର୍ଟ ଖୋଲିପାରେ ରହସ୍ୟ:

ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରୁ ଉଠୁନି ପରଦା  ।  ବଢୁଛି ସସପେନ୍ସ  । ଝରାଫୁଲ ମୃତ୍ୟୁ ଘଟଣାକୁ ପ୍ରାୟ 12 ଦିନ ବିତିଯାଇଛି  ।   ତେବେ ଏତେ ଦିନ ଭିତରେ ଝରାଫୁଲ ମୃତ୍ୟୁ କିପରି ହେଲା ତାର ପର୍ଦ୍ଦାଫାସ କରିପାରୁନି ପୋଲିସ  । ଏହି ଘଟଣା ଉପରୁ ଆଜି ପୋଲିସ ପରଦା ଉଠାଇପାରେ ବୋଲି ଚର୍ଚ୍ଚା ହେଉଛି । ଆଜି ଆସିପାରେ ଭିସେରା ରିପୋର୍ଟ।

ଭିସେରା ରିପୋର୍ଟ ଆସିବା ପରେ ଝରାଫୁଲ ମୃତ୍ୟୁ ଘଟଣା ରହସ୍ୟ ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି । ଏହା ଏକ  ସ୍ୱଭାବିକ ମୃତ୍ୟୁ ନା ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା  କରାଯାଇଛି ତାହା ସ୍ପଷ୍ଟ ହେବ  । ଝରାଫୁଲ ମୃତ୍ୟୁ ଘଟଣାରେ ବ୍ୟବହୃତ ସ୍କୁଟର, ମୋବାଇଲ ଓ ରାକେଶ ପିନ୍ଧିଥିବା ପ୍ଯାଣ୍ଟ ସାର୍ଟ ପୋଲିସ ଜବତ କରିଛି  । କିନ୍ତୁ ଏଯାଏଁ ରାକେଶଙ୍କ ସହଯୋଗୀ ଶେଖରର ପତ୍ତା ପାଇନି ପୋଲିସ  । ଅନ୍ୟପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ଦିନ ରିମାଣ୍ଡ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ  । ରାକେଶର ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ତାକୁ ଯାଜପୁର ଜେଲକୁ ପଠାଯାଇଛି  ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୭ ତାରିଖରେ ଝରାଫୁଲଙ୍କ ମୃତ ଦେହ ଯାଯପୁର କୁଆଖିଆ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ଏବଂ ମୃତଦେହକୁ ୨ ଜଣ ଯୁବକ ଏକ ସ୍କୁଟିରେ ଆଣି ସେଠାରେ ଫିଙ୍ଗିବାର ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା  । କୁଆଖିଆ ପୋଲିସ ତଦନ୍ତ ଆରମ୍ଭ କରି ମୃତ ଦେହଟି ଝରାଫୁଲ ନାୟକଙ୍କର ବୋଲି ଚିହ୍ନଟ କରିଥିଲା ।

Leave a Reply

Your email address will not be published. Required fields are marked *