ଚଳନ୍ତା କାର୍ ଜଳିଗଲା , ଗୋଟିଏ ପରିବାରର ୬ ସଦସ୍ୟ ଅଳ୍ପକେ ବର୍ତ୍ତିଗଲେ :

ଚଳନ୍ତା କାର୍ ଜଳିଗଲା , ଗୋଟିଏ ପରିବାରର ୬ ସଦସ୍ୟ ଅଳ୍ପକେ ବର୍ତ୍ତିଗଲେ :

କଟକ ଜିଲ୍ଲା ମାହାଙ୍ଗା ଥାନା ଜଇପୁର-ଦୋବନ୍ଦିଆ ରାସ୍ତାରେ ହଠାତ ଚଳନ୍ତା  ଗାଡ଼ିରେ ନିଆଁ ଲାଗିଯାଇଛି । ନିଆଁ ଲାଗିଯିବାର ଦେଖି ସ୍ଥାନୀୟ ଅଚଂଳର ଲୋକମାନେ ପାଟି କରିବାରୁ ହଠାତ୍ ଗାଡ଼ିଚାଳକ ଜଣକ ଓହ୍ଲାଇ ଆସିବା ସାଙ୍ଗକୁ କାର ଭିତରେ ଥିବା ଅନ୍ୟ ୬ଜଣ ଯାତ୍ରୀଙ୍କୁ ବାହାର କରିଦେଇଥିଲେ ।

ଗୋଟିଏ ପରିବାର ଜଇପୁରରୁ ମାହାଙ୍ଗା ପୁରୁଷୋତ୍ତମପୁର ଗାଁକୁ ଫେରୁଥିଲେ ବେଳେ ଏହି ଦୁର୍ଘଟଣା ଘଟିଛି । ସୁଚନା ଅନୁସାରେ ଏହି ଅଘଟଣରେ କାହାର କିଛି ହୋଇନଥିବା ଖବର ମିଳିଛି । ତେବେ ଏହି ନିଆଁ ଲାଗିବା ଖବର ପାଇଁ ସଙ୍ଗେ ସଙ୍ଗେ ମାହାଙ୍ଗା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଆସି ନିଆଁ ଲିଭାଇଥିବା ଜଣାପଡିଛି । 

Leave a Reply

Your email address will not be published. Required fields are marked *