ଚାଷୀଙ୍କୁ ବୁଝାଇ ଦେଶକୁ ଆଗକୁ ନେବାକୁ ହେବ : ମୋଦି

ଚାଷୀଙ୍କୁ ବୁଝାଇ ଦେଶକୁ ଆଗକୁ ନେବାକୁ ହେବ : ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାକୁ ସମ୍ବୋଧନ କରିଛନ୍ତି । ରାଷ୍ଟପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ଭାଷଣ ରଖିବା ସହିତ କୃଷି ବିଲ୍ ଓ ବିରୋଧିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଚାଷୀ ଆନ୍ଦୋଳନକୁ ନେଇ ମୋଦି କହିଛନ୍ତି ଯେ ଦେଶର ଚାଷୀ ମାନଙ୍କୁ ବୁଝାଇ ଦେଶକୁ ଆଗକୁ ନେବାକୁ ହେବ ଏବଂ ପୂର୍ବରୁ ଯେଉଁଭଳି ଏମଏସପି ବ୍ୟସ୍ଥା ଥିଲା ତାହା ଆଗକୁ ବି ଜାରି ରହିବ । ଏମଏସପିକୁ ନେଇ କୌଣସି ବି ଚାଷୀ ଦ୍ୱନ୍ଦରେ ରହିବା ଉଚିତ୍ ନୁହେଁ । 

ଏହାପରେ ବିରୋଧିଙ୍କୁ ପ୍ରଧାନମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି ଯେ ଚାଷୀ ଆନ୍ଦୋଳନକୁ ନେଇ ଅନେକ ରାଜନୀତି କରାଗଲା, ଗୃହରେ ଖୁବ୍ ଚର୍ଚ୍ଚା ମଧ୍ୟ ହେଲା କିନ୍ତୁ ଚାଷୀ ଆନ୍ଦେଳନର ମୁଖ୍ୟ କାରଣ କଣ? କଣ ପାଇଁ ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି ତାହା କେହି କହିଲେନି । ଆନ୍ଦୋଳନର ମୁଖ୍ୟ କାରଣ ଉପରେ ଚର୍ଚ୍ଚା ନହୋଇ କେବଳ ଦେଶର ଚାଷୀ ମାନଙ୍କୁ ଭ୍ରମିତ କରାଗଲା । ଏହାପରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ସମୟରେ ଚାଷୀ ଆଇନ୍ କୁ ନେଇ ଜବାବ୍ ରଖାଯିବା ପରେ ଏବେ କୃଷି ଆଇନ୍ କୁ ନେଇ ବିରୋଧି ୟୁ ଟର୍ଣ୍ଣ ନେବାରେ ଲାଗିଛନ୍ତି । କୃଷି ଆଇନ୍ ସମସ୍ତ ଚାଷୀଙ୍କ ହୀତକୁ ଦୃଷ୍ଟି ରଖି ପ୍ରସ୍ତୁତ ହୋଇଛି ତେଣୁ ଅନ୍ଦୋଳନରୁ ଚାଷୀ ମାନଙ୍କୁ ଓହରି ଯିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ I

Leave a Reply

Your email address will not be published. Required fields are marked *