ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ

ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ

ସମ୍ବଲପୁର ଅର୍ଜୁନପାଲି ଛକ ନିକଟରେ ଦୁର୍ଘଟଣା  । 2 ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମ଼ୃତ୍ୟୁ ଘଟିଛି  । ଜମନକିରା ଥାନା ଅନ୍ତର୍ଗତ ଅର୍ଜୁନପାଲି ଛକ ନିକଟରେ 2ବାଇକ ବିପରୀତ ଦିଗରୁ ଆସୁଥିଲେ  । ଉଭୟ ବାଇକ୍ ମୁହାମୁହିଁ ଧକ୍କା ଫଳରେ ଦୂରକୁ ଛିଟିକି ପଡିଥିଲେ 2 ଚାଳକ  । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ଜମନକିରା ଡାକ୍ତରଖାନାକୁ ନେଇଥିଲା  ।  ସେଠାରେ ପ୍ରାଥମିକ ଚିକିତ୍ସାପରେ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି ।  ଗୁରୁତର ଆହତ ରୋଶନଙ୍କୁ ବୁର୍ଲା ଡାକ୍ତରଖାନା ନେବା ବାଟରେ ହିଁ ମୃତ୍ୟୁ ଘଟିଛି  ।

Leave a Reply

Your email address will not be published. Required fields are marked *