ଚାଷୀ ଆନ୍ଦୋଳନ: ଆଜି ରାହୁଲଙ୍କ ପାଳି

ଚାଷୀ ଆନ୍ଦୋଳନ: ଆଜି ରାହୁଲଙ୍କ ପାଳି

ଆସନ୍ତାକାଲି ପୁଣି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ,

ଦିଲ୍ଲୀର ସୀମାରେ ଚାଷୀଙ୍କ ଆନ୍ଦୋଳନ ୭୫ ଦିନ ଅତିକ୍ରମ କରିଛି । ସୋମବାର ସଂସଦର ରାଜ୍ୟସଭା ଗୃହରେ ୭୫ ମିନିଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ ଭାବେ ସଂକେତ ଦେଇଛନ୍ତି ଯେ, ନୂତନ କୃଷି ଆଇନକୁ ଫେରାଇ ନିଆଯାଇପାରିବ ନାହିଁ । କୃଷି ଆଇନ ଉପରେ ଭରସା ଦେବା ହିଁ ସରକାରଙ୍କ ଲକ୍ଷ୍ୟ । ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଜବାବ ଦେବେ । ନିଜର ସମ୍ବୋଧନରେ ଚାଷୀ ପ୍ରସଙ୍ଗରେ ମୋଦୀ କ’ଣ କହୁଛନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ହେବ । କିନ୍ତୁ ଏହା ପୂର୍ବରୁ ଆଜି ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କହିବେ । ତେଣୁ ଗୃହର ବାତାବରଣ ଉପରେ ସମସ୍ତଙ୍କ ନଜର ରହିବ । 

ଏହା ପୂର୍ବରୁ ସୋମବାର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଚାଷୀ ଆନ୍ଦୋଳନ ଶେଷ କରିବାକୁ ଅପିଲ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏମ୍‌ଏସ୍‌ପି ଥିଲା, ଏହା ଅଛି ଓ ରହିବ । ଚାଷୀଙ୍କୁ ଆନ୍ଦୋଳନ ଶେଷ କରିବାର ଅଛି । ଗୃହରେ କେଳବ ଆନ୍ଦୋଳନ ଉପରେ ଆଲୋଚନା ହୋଇଥିଲା । ଆଇନରେ ସଂଶୋଧନ ନେଇ ଚର୍ଚ୍ଚା ହୋଇ ନଥିଲା ।  

Leave a Reply

Your email address will not be published. Required fields are marked *