
ଚୋରକୁ ଧରିବାକୁ ଯାଇ ହରଡ଼ଘଣାରେ ପଡିଲା ପୋଲିସ । ସାଧା ପୋଷାକରେ ଗାଁକୁ ଯାଇଥିବା ପୋଲିସକୁ ପିଲା ଚୋର ଭାବି ନିର୍ଧୁମ ପିଟିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ ।
ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ସୀମାରେ ଥିବା ଆମନା ସଂଜପଡା ଗାଁରେ ତେଲ ଚୋରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏକି କ୍ରମରେ ବଅଁରପାଳ ଥାନାର କିଛି ପୋଲିସ କର୍ମଚାରୀ ସାଧା ପୋଷାକରେ ଚୋର ଧରିବାକୁ ଯାଇଥିଲେ । ପିଲା ଚୋର ସନ୍ଦେହରେ ପୋଲିସଙ୍କୁ ଗାଁ ଲୋକଙ୍କ ରୋଷର ଶୀକାର ହେବାକୁ ପଡିଥିଲା । ଗ୍ରାମବାସୀ ମାନେ ପୋଲିସ ଉପରକୁ ଆକ୍ରମଣ କରିବା ସହ ଗାଡି ଉପରକୁ ପଥର ଫୋପାଡିଥିଲେ । ଫଳରେ ପ୍ରାୟ 4 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ପୋଲିସ ପାଖାପାଖି 18 ଜଣ ଗ୍ରାମବାସୀଙ୍କୁ ଥାନାରେ ଆଣି ଅଟକ ରଖିଥିବା ଜଣାପଡ଼ିଛି ।