ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ; ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନରେ ହରାଇଲା

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ; ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନରେ ହରାଇଲା

ଇଂଲଣ୍ଡଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନରେ ହରାଇଲା ଇଂଲଣ୍ଡ । ଚତୁର୍ଥ ଇଂନିସରେ ଭାରତକୁ ବିଜୟ ପାଇଁ ୪୨୦ ରନ ଆବଶ୍ୟକ ହେଉଥିବା ବେଳେ ଭାରତ ମାତ୍ର ୧୯୨ ରନରେ ଅଲଆଉଟ ହୋଇଯାଇଛି । ଏହି ମ୍ୟାଚ ବିଜୟ ସହ ସିରିଜରେ ୧-୦ ରେ ଅଗ୍ରଣୀ ଲାଭ କରିଛି ଇଂଲଣ୍ଡ । ଚତୁର୍ଥ ଇଂନିସରେ ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୨ ରନ କରିଥିବା ବେଳେ ଶୁଭମାନ ଗିଲ ୫୦ ରନ ସ୍କୋର କରିଥିଲେ । ଇଂଲଣ୍ଡ ପକ୍ଷରୁ ଜ୍ୟାକ ଲିଚ ୪ଟି ଏବଂ ଜେମସ ଆଣ୍ଡରସନ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ସିରିଜର ଦ୍ୱିତୀୟ ମ୍ୟାଚ ଫେବୃଆରୀ ୧୩ ତାରିଖରେ ଏହି ଷ୍ଟାଡିୟମରେ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *