
ଦିନକୁ ଦିନ ତୈଳ ଦର ବଢି ଚାଲିଛି । ସାଧାରଣ ଲୋକଙ୍କ ଚିନ୍ତା ବଢୁଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା 15ରେ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ଘରୁ ଗାଡ଼ି ବାହାର କରିବାକୁ ଡର ଲାଗୁଛି । ରାଜ୍ୟରେ ପେଟ୍ରୋଲ ଦର କମାଇବାକୁ କଂଗ୍ରେସ ଦାବୀ କରିଛି । କରୋନା ସଂକଟ ସମୟରେ ଲଗାତାର ବଢିଚାଲିଥିବା ତୈଳ ଦରକୁ ପ୍ରତିବାଦ କରିଛି କଂଗ୍ରେସ । 15ରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । 15 ତାରିଖ ଦିନ ସକାଳ 7ଟାରୁ ଦିନ 1ଟା ଯାଏଁ ଓଡିଶା ବନ୍ଦ ରହିବ ।