
ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ୧୪ଟି ବିଭାଗର ୨୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏଣିକି ବୟନ ଓ ହସ୍ତଶିଳ୍ପ ବିଭାଗରେ କାମ କରିବେ ଗ୍ରୁପ୍-ଏ ଓ ବି କର୍ମଚାରୀ । ଶିଳ୍ପ ବିଭାଗରେ ଥିବା ହସ୍ତଶିଳ୍ପ ଏବେ ବୟନ ଶିଳ୍ପ ବିଭାଗରେ କାମ କରୁଛି । ବରଗଡ଼ରେ ଗଙ୍ଗାଧର ଉଠାଜଳସେଚନ ପ୍ରକଳ୍ପ ପାଇଁ ଟେଣ୍ଡରକୁ ମଂଜୁରି ମିଳିଛି । ୩୪.୧୦ କିମିର କେନାଲ ପାଇଁ ୩୪୦.୩୬ କୋଟି ଟଙ୍କା ଖର୍ଚ୍ଚ ହେବ ।