ରାଜ୍ୟରେ ବଢୁଛି ଅପରାଧୀଙ୍କ ସାମ୍ରାଜ୍ୟ, ୫୦ ଲକ୍ଷର ବ୍ରାଉନସୁଗର ଜବତ, ୬ ଅଟକ

ରାଜ୍ୟରେ ବଢୁଛି ଅପରାଧୀଙ୍କ ସାମ୍ରାଜ୍ୟ, ୫୦ ଲକ୍ଷର ବ୍ରାଉନସୁଗର ଜବତ, ୬ ଅଟକ

ଦିନକୁ ଦିନ ରାଜ୍ୟରେ ଅପରାଧୀଙ୍କ ସଂଖ୍ୟା ବଢୁଥିବା ବେଳେ ଦିନ ଦି’ପହରରେ ଖୁଲମଖୁଲା ଅପରାଧ କରୁଛନ୍ତି ବଡ଼ ବଡ଼ ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟାର । ତେବେ ଏହି ଅପରାଧୀଙ୍କୁ ଧରିବା ଏବେ ପୋଲିସ୍ ପାଇଁ ଏକ ପ୍ରକାର ଚାଲେଞ୍ଜ ହୋଇପଡ଼ିଛି ।  ଏହି କ୍ରମରେ ଆଜି ଭଦ୍ରକରୁ ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ରାଣୀତାଲ ନିକଟରେ ଗ୍ରାମାଞ୍ଚଳ ଥାନା ପୁଲିସ ଚଢଉ କରି ଏହି ବ୍ରାଉନସୁଗର ଜବତ କରିଛି । ଏନେଇ ପୁଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଦେଖିବାକୁ ଗଲେ ବ୍ରାଉନସୁଗାର ବ୍ୟବସାୟ ଉପରେ ରୋକ୍ ଲଗାଇବା ପାଇଁ ପୁଲିସ ଯେତେ ଯାହା କଲେ ବି ବ୍ୟବସାୟୀମାନେ ପୁଲିସ ଠାରୁ ସବୁବେଳେ ଦୁଇ ପାଦ ଆଗରେ ରହୁଛନ୍ତି I

Leave a Reply

Your email address will not be published. Required fields are marked *