ବିଜୟ ହଜାରେ ଟ୍ରଫି ପାଇଁ ଦଳ ଘୋଷଣା କଲା ଓସିଏ

ବିଜୟ ହଜାରେ ଟ୍ରଫି ପାଇଁ ଦଳ ଘୋଷଣା କଲା ଓସିଏ

ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ନିମନ୍ତେ ଆଜି ଦଳ ଘୋଷଣା କରିଛି ଓଡିଶା । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇ ଏହି ଦଳକୁ ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓସିଏ ପକ୍ଷରୁ ୨୨ ଜଣିଆ ଦଳ ଘୋଷଣା କରାଯାଇଛି ଏବଂ ଏଥିରେ ଆଠ ଜଣ ନୂଆ ମୁହଁ ରହିଛନ୍ତି । ଓପନର ବ୍ୟାଟସମାନ ଶାନ୍ତନୁ ମିଶ୍ରଙ୍କୁ ଏହି ଦଳର ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ, ରେଳବାଇ ଏବଂ ବିହାର ସହ ଗ୍ରୁପ- ସି ରେ ସ୍ଥାନ ପାଇଛି ଓଡିଶା । ଏହି ଗ୍ରୁପର ମ୍ୟାଚ ବାଙ୍ଗାଲୋରରେ ଅନୁଷ୍ଠିତ ହେବ । ଫେବୃଆରୀ ୧୩ ତାରିଖରୁ ଓଡିଶା ଦଳ ବାଙ୍ଗାଲୋର ଯାତ୍ରା କରିବ ବୋଲି ଆଜି ଓସିଏ ପକ୍ଷରୁ ପ୍ରଭଂଜନ ମଲ୍ଲିକ ସୂଚନା ଦେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓଡିଶା ଦଲରେ ରଶ୍ମି ରଂଜନ ପରିଡାକୁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଦୀପକ ମଙ୍ଗରାଜଙ୍କୁ ବୋଲିଙ୍ଗ କୋଚର ଦାୟିତ୍ୱ ମିଳିଛି ।

Leave a Reply

Your email address will not be published. Required fields are marked *