ମୁଣ୍ଡବିହୀନ ମହିଳାଙ୍କ ପରିଚୟ ମିଳିଲା, ପ୍ରେସମିଟରେ ସୂଚନା ଦେବ କମିଶନରେଟ୍ ପୋଲିସ

ମୁଣ୍ଡବିହୀନ ମହିଳାଙ୍କ ପରିଚୟ ମିଳିଲା, ପ୍ରେସମିଟରେ ସୂଚନା ଦେବ କମିଶନରେଟ୍ ପୋଲିସ

ରାଜଧାନୀ ଉପକଣ୍ଠ ଦାସପୁର ଅଞ୍ଚଳରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ପରିଚୟ ଆଜି କମିଶନରେଟ୍ ପୋଲିସ୍ କୁ ମିଳିଛି । ମୃତ ଦେହ ମିଳିବା ପରଠାରୁ ମହିଳାଙ୍କ ମୁଣ୍ଡ ନଥିବାରୁ ମହିଳାଙ୍କ ପରିଚୟ ଖୋଜିବା କମିଶନରେଟ୍ ପୋଲିସ୍ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ଏଥିପାଇଁ ବିଭିନ୍ନ ପ୍ରକାର ଉପାୟ ଆପରେଇବା ପରେ ଶେଷରେ ମହିଳାଙ୍କ ଫିଙ୍ଗରପ୍ରିଣ୍ଟ ଏବଂ ଡିଏନଏ ଟେଷ୍ଟ କରିବାକୁ କମିଶନରେଟ୍ ପୋଲିସ୍ ନିଷ୍ପତି ନେଇଥିଲା । ଏହାପରେ ଗତ କାଲି ଏନସିଆରବି ପାଖରେ ଥିବା ଫିଙ୍ଗରପ୍ରିଣ୍ଟ ମ୍ୟାଚ କରାଇ ମହିଳାଙ୍କ ଆଧାରକାର୍ଡ ଜରିଆରେ ପରିଚୟ ଖୋଜି ପାଇଛି କମିଶନରେଟ୍ ପୋଲିସ୍ । ତେବେ ବର୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ କମିଶନରେଟ୍ ପୋଲିସ୍ ପକ୍ଷରୁ ସାର୍ବଜନିନ କରାଯାଇନାହିଁ । ପୁରା ଘଟଣା ସମ୍ପର୍କରେ ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରେସମିଟ୍ କରି ସୂଚନା ଦେବେ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *