
ଗୋଟିଏ ପଟେ ରାଜ୍ୟରେ ଅପରାଧ ସୀମା ଟପୁ ଥିବା ବେଳେ ଅନ୍ୟପଟେ ଏବେବି ବଚାରାଧିନ ୧ ଲକ୍ଷ ୫୦ ହଜାର ୯୩୮ ମାମଲା । ଏବେବି ନ୍ୟାୟ ଅପେକ୍ଷାରେ ଆବେଦନକାରୀ।
ସବୁଠାରୁ ବଡ଼ କଥା ହେଲା ରାଜ୍ୟରେ ନ୍ୟାୟ ଦେବା ପାଇଁ ବିଚାରପତି ହିଁ ନାହାନ୍ତି । ରାଜ୍ୟରେ ଏବେ ୧୬୨ ଟି ବିଚାରପତି ପଦବୀ ଖାଲି ପଡିଛି । ଉଚ୍ଚ ନ୍ୟାୟାଳୟରେ ୧୪ ଟି ବିଚାରପତି ପଦବୀ ଖାଲି ପଡିଥିବା ବେଳେ ରାଜ୍ୟର ଅନ୍ୟାନ ନ୍ୟାୟାଳୟ ମାନଙ୍କରେ ୨୫ ଟି ଜିଲ୍ଲା ଜର୍ଜ, ସିନିଅର ସିଭିଲ୍ ଜର୍ଜ ୩୪ ଟି ଓ ସିଭିଲ୍ ଜର୍ଜ ବର୍ଘରେ ୮୯ ଟି ପଦବୀ ଖାଲି ପଡିଛି । ଏହି ତଥ୍ୟ ଖୋଦ୍ ରାଜ୍ୟ ସରକାରଙ୍କ ଅଇନ୍ ବିଭାଗ ପକ୍ଷରୁ ହସ୍ତଗତ ହୋଇଛି । ଆରଟିଆଇ ତଥ୍ୟ ମାଧ୍ୟରେ ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଏହି ତଥ୍ୟ ପ୍ରଦାନ କରିଛନ୍ତି ।
ଅନ୍ୟପଟେ ପୁରା ଦେଶରେ ବିଚାରାଧିନ ମାମଲାରେ ଓଡ଼ିଶା ଟପ୍ ରେ ରହିଛି । ବିହାର ପରେ ପରେ ଓଡ଼ିଶାରେ ହିଁ ସବୁଠାରୁ ଅଧିକ ବିଚାରାଧିନ ମାମଲା ରହିଛି । ରାଜ୍ୟରେ ବର୍ତମାନ ୨୧ ହଜାର ୬୫୯ ଟି ମାମଲା ୧୦ ବର୍ଷରୁ ଉର୍ଦ୍ଧ୍ୱ ଧରି ଚାଲୁ ରହିଛି । ସେପଟେ ପୁଣି ୨୦ ବର୍ଷରୁ ଉର୍ଦ୍ଧ୍ୱ ମାମଲା ସଂଖ୍ୟା ବି କମ୍ ନୁହେଁ । ୩ ହଜାର ୭୯୬ ଟି ମାମଲା ରାଜ୍ୟରେ ୨୦ ବର୍ଷରୁ ଉର୍ଦ୍ଧ୍ୱ ଧରି ବିଚାରାଧିନ ରହିଛି । ରାଜ୍ୟ ନ୍ୟାୟ ବ୍ୟବସ୍ଥାର ଏଭଳି ସଙ୍ଗୀନ୍ ପରିସ୍ଥିତିରେ ପ୍ରତ୍ୟକ ଦିନ ନୂଆ ନୂଆ ମାମଲା ଯୋଡି ହେଉଥିବା ବେଳେ ସାଧାରଣ ଲୋକେ ଏବେ ରାଜ୍ୟ ସରକାରଙ୍କ ଠାରୁ ନ୍ୟାୟ ଆଶା କରିବା ଛାଡିଲେଣି ।