ଓଡ଼ିଶା ସୀମାରେ ଆନ୍ଧ୍ର ନିର୍ବାଚନ : ଅଧିକ ଲୋକ ଭୋଟ୍ ଦେବାକୁ ଆଗ୍ରହୀ

ଓଡ଼ିଶା ସୀମାରେ ଆନ୍ଧ୍ର ନିର୍ବାଚନ : ଅଧିକ ଲୋକ ଭୋଟ୍ ଦେବାକୁ ଆଗ୍ରହୀ

ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଓଡ଼ିଶା ସୀମାରେ ବି ଆନ୍ଧ୍ର କରୁଛି ନିର୍ବାଚନ । କୋଟିଆ ପଞ୍ଚାୟତରେ ଆଜି ଆନ୍ଧ୍ର ସରକାରଙ୍କ ପକ୍ଷରୁ କରାଯାଉଛି ପଞ୍ଚାୟତ ନିର୍ବାଚନ । ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବା ବେଳକୁ ସବୁ କିଛି ସରିଥିଲା । ଏଭଳି ଏକ ରୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆଜି ଓଡ଼ିଶା ସୀମାରେ ଧସେଇ ପଶିବାକୁ ସକ୍ଷମ ହୋଇଛି ଆନ୍ଧ୍ର ପ୍ରଦେଶ । ସବୁଠାରୁ ବଡ କଥା ହେଲା ଓଡ଼ିଶା ସୀମାରେ ଓଡ଼ିଶା ବାସୀଙ୍କୁ ମତ ଦାନରୁ ବରତ ରହିବା ପାଇଁ ବୁଝାଇବାରେ ବି ବିଫଳ ହୋଇଛନ୍ତି ପ୍ରଶାସନ ଓ ରାଜ୍ୟ ସରକାର । ଯାହା ପାଇଁ ଆଜି ଅଧାରୁ ଅଧିକ ଲୋକେ ଏବେ ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେବା ପାଇଁ ଭୋଟ୍ ଗ୍ରହଣ କେନ୍ଦ୍ରରେ ପହଞ୍ଚିଛନ୍ତି । ସେମାନଙ୍କୁ ଆନ୍ଧ୍ର ସରକାର ବୁଝାଇ ସୁଝାଇ ଭୋଟ୍ ନେଉଛି ଆଉ ଖାଲି ହାତରେ ହାତ ବାନ୍ଧି ଦେଖୁଛନ୍ତି ରାଜ୍ୟ ସରକାର। 

ଆଜି ସକାଳ ୭ ଟାରୁ କୋଟିଆର ଫାଟୁସିନେରି ଗ୍ରାମରେ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଏବଂ ଏହି ମତଦାନ ପ୍ରକ୍ରିୟା ଦିନ ୩ ଟା ଚାଲୁ ରହିବ ବୋଲି ସୂଚନା ରହିଛି । ଅନ୍ୟପଟେ ମତଦାନ ପାଇଁ ଶତାଧିକ ଲୋକ ନିଜ ଇଚ୍ଛାରେ ଯାଇ ଭୋଟ୍ ଦେବା ଓଡ଼ିଶା ସରକାରଙ୍କ ପାଇଁ ଏକ ଲଜ୍ଜା ଜନକ ପରିସ୍ଥିତି ମଧ୍ୟ ସୃଷ୍ଟି କରିଛି । ବର୍ତମାନ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ସୁପ୍ରିମକୋର୍ଟରେ ରହିଥିଲେ ବି ଆନ୍ଧ୍ର ନିଜ ଚାଲ୍ ରେ ସଫଳ ହେବା ଦେଖାଯାଉଛି।

Leave a Reply

Your email address will not be published. Required fields are marked *