
ମଣ୍ଡିରୁ ଉଠୁନି ଧାନ । ମଣ୍ଡି ସମସ୍ୟା ଓ ଧାନ କିଣା ନ ହେଉଥିବାରୁ ଚିନ୍ତାରେ ଚାଷୀ । ତେବେ ଏହାର ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ 3 ଘଣ୍ଟିଆ ଚକାଜାମ ଆରମ୍ଭ ହୋଇଛି । ଦୀର୍ଘ ଦିନରୁ ମଣ୍ଡି ସମସ୍ୟା ଓ ଧାନ କିଣା ଯାଉ ନଥିବା ଅଭିଯାଗ କରୁଛନ୍ତି ଚାଷୀ । କିନ୍ତୁ ଦାବୀ କୌଣସି ସୁଫଳ ପାଇନାହାଁନ୍ତି । ତେବେ ଏହାର ପ୍ରତିବାଦରେ ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ 3 ଘଣ୍ଟିଆ ଚକାଜାମ କରାଯାଉଛି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଦିନ 10 ଟାରୁ ଦିନ ଗୋଟାଏ ଯାଏଁ ଚକାଜାମ ରହିବ । ପଶ୍ଚିମ ଓଡିଶାର ମୋଟ 37 ଟି ବିଧାନସଭା କ୍ଷେତ୍ରରେ ଚକାଜାମ ।