ଚୋରା ମହୁଲି ମଦ କାରବାର ରୋକିବାକୁ ଯାଇ ପୋଲିସ ଓ ଅବକାରୀ ବିଭାଗ ହଟହଟା ହେଲେ

ଚୋରା ମହୁଲି ମଦ କାରବାର ରୋକିବାକୁ ଯାଇ ପୋଲିସ ଓ ଅବକାରୀ ବିଭାଗ ହଟହଟା ହେଲେ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରବାର ବେଧଡକ ଚାଲିଛି । ମହୁଲି ମଦ ପ୍ରସ୍ତୁତି ସ୍ଥାନରେ ଅବକାରୀ ବିଭାଗ ଓ ତୁରୁମୁଙ୍ଗା ପୋଲିସର ମିଳିତ ଚଢ଼ାଉ  । ଏହି ଚଢାଉ ବେଳେ ହଟହଟା ହେଲେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ।

ସୂଚନାନୁସାରେ, କୌଣସି ସୁତ୍ରରୁ ଖବର ପାଇ ଆଜି ସକାଳୁ ଅବକାରୀ ବିଭାଗ ତୁରୁମୁଙ୍ଗା ପୋଲିସ ସହାୟତା ରେ ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରାବର ଓ ପ୍ରସ୍ତୁତି ସ୍ଥାନରେ ଚଢ଼ାଉ କରିଥିଲେ ।  ଚଢ଼ାଉ ପରେ ବିପୁଳ ପରିମାଣର ମହୁଲି ମଦ ଓ ପଚ ଜବତ କରିଥିଲେ । କିନ୍ତୁ ଜବତ ଦେଶୀ ମଦ ଓ ମଦ ରନ୍ଧା ସାମଗ୍ରୀକୁ ଅବକାରୀ ବିଭାଗ କର୍ମଚାରୀଙ୍କ ଠାରୁ  ମଦ ମାଫିଆ ଛଡାଇ ନେଇଥିଲେ । ଏହା ସହିତ ତାଙ୍କ ମୋବାଇଲକୁ ମଧ୍ୟ ଛଡ଼ାଇ ନେଇ ଫଟୋ ଓ ଭିଡିଓକୁ ଡିଲିଟ କରିଦେଇଥବା ଜଣାପଡ଼ିଛି ।  ଘଟଣାସ୍ଥଳରୁ ଅବକାରୀ ବିଭାଗ ପଳାଇ ଆସିଛି । ସମ୍ପୃକ୍ତ ଘଟଣାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ମାଫିଆଙ୍କ ବିରୋଧରେ ତୁରୁମୁଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଛି  ।

Leave a Reply

Your email address will not be published. Required fields are marked *