
ବଲାଙ୍ଗୀର ପୁଇଁତଳା ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ । ମଣ୍ଡିରେ ପଡି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ମଣ୍ଡି ସମସ୍ୟା ଓ ଧାନ କିଣା ନ ହେଉଥିବାରୁ ଚିନ୍ତାରେ ଚାଷୀ । ଉତ୍ୟକ୍ତ ହୋଇ ଚାଷୀ ତହସିଲଦାରଙ୍କୁ ଛତାପିପଲ ମଣ୍ଡିରେ ତାଲା ପକାଇଛନ୍ତି ।
ଦୀର୍ଘ ଦିନରୁ ଚାଷୀ ମଣ୍ଡି ସମସ୍ୟା ଓ ଧାନ କିଣା ଯାଉ ନଥିବା ଅଭିଯାଗ କରୁଛନ୍ତି । କିନ୍ତୁ ଦାବୀ କୌଣସି ସୁଫଳ ପାଇନାହାଁନ୍ତି । ଛତାପିପଲ ମଣ୍ଡିରେ ଉତ୍ୟକ୍ତ ଚାଷୀ ତହସିଲଦାର ଓ ଉପପ୍ରବଦ୍ଧକଙ୍କୁ ତାଲା ପକାଇଦେଇଛନ୍ତି । ମଣ୍ଡିର ଗୋଟିଏ ଘର ଭିତରେ ତହସିଲଦାର ଓ ଉପପ୍ରବଦ୍ଧକଙ୍କୁ ତାଲା ପକାଇଦେଇ ପ୍ରତିବାଦ କରିଛନ୍ତି । ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ରହିଛନ୍ତି ।