
ରାଜ୍ୟରେ ସଡକ ଦୂର୍ଘଟଣାରେ ପ୍ରତିଦିନ ଜୀବନ ହାନି ହେଉଥିଲେ ହେଁ ରାଜ୍ୟରେ ବେପରୁଆ ଗାଡି ଚାଳକଙ୍କ ସଂଖ୍ୟା କମୁନି । ଆଜି ସେଭଳି ଏକ ବେପରୁଆ ଗାଡି ଚାଳନା ନେଇଛି ଜଣେ ବୃଦ୍ଧଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଳକ୍ ତୁକୁଲା କଲେଜ୍ ଛକ ନିକଟରେ । ଆଜି ସକାଳୁ ଏହି ଅଞ୍ଚଳର ଜଣେ ବୃଦ୍ଧ ସାଇକେଲ ଯୋଗେ କଲେଜ୍ ଛକ ଆଡେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖିଛି ଖଡିଆଳ ପୋଲିସ୍।