
ଚଣ୍ଡିଖୋଲ ୧୪।୨: ଦେଶରେ ଦରଦାମର ଅହେତୁକ ବୃଦ୍ଧି ନେଇ ଓଡିଶା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଚଣ୍ଡିଖୋଲ, ଜାରକା, ବାଲିଚନ୍ଦ୍ରପୁର, ଛତିଆଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ ।
ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସେବା ପାଇଁ କୌଣସି ପ୍ରତିବନ୍ଧକ ନଥିବା ବେଳେ ମେଡିସିନ ଦୋକାନ ଖୋଲା ରହିଛି । ବନ୍ଦକୁ ସଫଳ କରିବା ପାଇଁ ବଡଚଣା ଓ ଧର୍ମଶାଳାର କଂଗ୍ରେସ ନେତା ଓ କର୍ମୀ କେନ୍ଦ୍ର ବିରୋଧୀ ନାରାବାଜି ସହ ପକେଟିଂ କରୁଥିବା ଦେଖିବାକୁ ମିଳିଥିଲା ।