ଆଜି ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା

ଆଜି ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା

ଆଜି ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି  ବଲିଉଡ ଅଭିନେତ୍ର୍ରୀ କଙ୍ଗନା ରଣାୱତ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ। ଜଗନ୍ନାଥଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରିଛନ୍ତି କଙ୍ଗନା । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । କଙ୍ଗନା ଟ୍ୱିଟରରେ ନିଜ ଫଟୋ ପୋଷ୍ଟ କରି ଲେଖିଛନ୍ତି ଚଳିତବର୍ଷ ଆରମ୍ଭରୁ ଜଗନ୍ନାଥଙ୍କୁ ଦର୍ଶନ କରି ଧନ୍ୟ ମନେ କରୁଛି। ବିଶ୍ୱବାସୀଙ୍କ ଲାଗି ଚଳିତବର୍ଷଟି ଶୁଭମୟ ହେଉ।  

Leave a Reply

Your email address will not be published. Required fields are marked *