ରାଜ୍ୟରେ ଗୋଚାଲାଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ରାଜ୍ୟରେ ଗୋଚାଲାଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର ଜିଲ୍ଲା ବସ୍ତା ଥାନାରେ ଗୋଟିଏ ବସ ଦୁର୍ଘଟଣା ଘଟିବ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଜିର ଏହି ଦୁର୍ଘଟଣାରେ ପାଖାପାଖି ୨୫ରୁ ୩୦ ଗାଈ ମୃତ ହୋଇଛନ୍ତି । ଏହି ଗାଈ ଗୋରୁ କୋଲକାତା ଏବଂ ବଙ୍ଗଳାଦେଶକୁ ଚାଲାଣ ହେଉଛି। ରାଜ୍ୟରେ ପଶୁର ସୁରକ୍ଷା ପାଇଁ ହୋଇଥିବା ଆଇନ ସଠିକ ରୂପେ କାର୍ଯ୍ୟକାରୀ ହେଉନାହିଁ। ଅନେକ ସମୟରେ ଲୋକେ ଖବର ଦେଉଛନ୍ତି ହେଲେ ପୋଲିସ ବିଭାଗ ଏଥିପ୍ରତି ଯତ୍ନ ନେଉ ନାହାନ୍ତି।। ଅନୁସନ୍ଧାନରୁ ଜଣାପଡୁଛି ଏଥିପାଇଁ ଏକ ରାକେଟ କାମ କରୁଛି । ପେଟ୍ରୋଲିଂ କଡ଼ାକଡ଼ି କରାଯାଉନି। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଗୋ ହତ୍ୟାକୁ ବନ୍ଦ କରନ୍ତୁ । ବିଜୁବାବୁଙ୍କ ସମୟରେ ଯେଉଁ ଆଇନ ବିଧାନସଭାରେ ପାରିତ ହୋଇଥିଲା ତାହା କାର୍ଯ୍ୟକାରୀ ହେଉନାହିଁ ।

Leave a Reply

Your email address will not be published. Required fields are marked *